ଧରା ପଡିଲା ଦୁଷ୍କର୍ମକାରୀ ଅଭିଯୁକ୍ତ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ) : କାଙ୍ଗୁଲା ଗାଁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତ କୁହା ଯାଉଥିବା ଶ୍ରୀନିବାସ ଦେହୁରୀ ଓରଫ ଅନାମକୁ ଗିରଫ କଲା ଅନୁଗୁଳ ପୋଲିସ । ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଟିମ କୋଲକତାରୁ ଗିରଫ କରି ଅନୁଗୁଳ ଆଣିଛି । ଘଟଣା ଦିନଠାରୁ ଅନାମ ଓରଫ ଶ୍ରୀନିବାସ  ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ପୋଲିସ ୪ ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଆଜି କୋଲକାତାର ଏକ ଜଳଖିଆ ଦୋକାନରେ ଅନାମ କାମ କରୁଥିବା ଜାଣି ପୋଲିସ ଛଦ୍ମ ବେଶରେ ଚଢ଼ାଉ କରି ତାକୁ କାବୁ କରି ନେଇଥିଲା । ଘଟଣା ଘଟାଇବା ପରେ ଅନାମ ନିଜ ମୋଟରସାଇକେଲରେ ଫେରାର ହୋଇଯିବା ପରେ ଘଟଣାସ୍ଥଳରୁ ଯାଇ ଢେଙ୍କାନାଳର ଏକ ସ୍ଥାନରେ ମୋଟରସାଇକେଲ ଛାଡି କୋଲକାତା ପଳାଇଥିଲା । ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଟିମ କୌଣସି ସୂତ୍ରରୁ ଖବର ପାଇ କୋଲକାତାରେ ପହଞ୍ଚିବା ସହ ସଫଳ ମଧ୍ୟ ହୋଇଥିଲା । 

 

Spread the love