କଟକରେ ଦୁର୍ଗାପୂଜା ପାଳନ ପାଇଁ ଟ୍ରାଫିକ କଟକଣା ଜାରି, ରାସ୍ତା ଅନୁଯାୟୀ କଟକଣା ଜାରି

କଟକ : କଟକରେ ଦୁର୍ଗାପୂଜା ପାଳନ ପାଇଁ କମିଶନରେଟ୍ ପୋଲିସ ଆଜି ଟ୍ରାଫିକ୍ କଟକଣା ଜାରି କରିଛି । ଏହି ଟ୍ରାଫିକ୍ କଟକଣା ସେପ୍ଟେମ୍ବର୨୮ ରୁ ଲାଗୁ ହେବ ଏବଂ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ।

ଏହାକୁ ଦୃଷ୍ଟିରେ ରଖ୍ ଯାନବାହନ ଗୁଡ଼ିକର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡିଶା ଅର୍ବାନ୍ ପୁଲିସ ଆକ୍ଟ୨୦୦୩ ର ଧାରା ୨୮(ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮)ଏବଂ ପୁଲିସ କମିସନରେଟ୍, ଭୁବନେଶ୍ବର-କଟକ, ଟ୍ରାଫିକ୍ ଓ ପବ୍ଲିକ୍ଅର୍ଡର ୨୦୦୮ ର ଧାରା ୩୬ ଅନୁସାରେ ନିମ୍ନଲିଖୂତ କଟକଣା ଗୁଡ଼ିକ ଆସନ୍ତା ତା ୨୭.୦୯.୨୦୨୫ ରିଖଠାରୁ ତା. ୦୨.୧୦.୨୦୨୫ ରିଖ ପର୍ଯ୍ୟନ୍ତଅପରାହ୍ଣ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବ । ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି ଜରିଆରେ ପ୍ରକାଶ କଲା କମିଶନରେଟ୍ ପୋଲିସ ।

୧. ହାୱଡ଼ାମୋଟର ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ୍ ଛକ ଆଡକୁ ଯାଇ ପାରିବେ ନାହିଁ । ଏହି ଗାଡିଗୁଡିକହାୱଡ଼ାମୋଟର ଛକ ଠାରୁ ମାତାମଠ ଛକ ଦେଇ ମହାନଦୀ ରଂବନ୍ଧରେ ଆସି ଘଣ୍ଟା ଟାୱାର ଛକ ଦେଇ ଯାଇ ପାରିବେ ।
୨. ସେହିପରି ମଙ୍ଗଳାବାଗ୍ ଆଡୁ କୌଣସି ଗାଡି କାଠଗୋଲା କିମ୍ବା ମଲ୍ହାସାହି ଆଡକୁ ଯାଇ ପାରିବେ ନାହିଁ । ଉକ୍ତ ଯାନବାହାନ ଗୁଡିକ ମେଡ଼ିକାଲ ଭିତର ଦେଇ ତାଳଦଣ୍ଡା କେନାଲ ରୋଡ଼ରେ ଯାଇ ପାରିବେ।
୩. କୌଣସି ଯାନବାହନକୁ ବି.କେ. ରୋଡରୁ ରାଣୀହାଟ ଛକକୁ ସିଧାସଳଖ ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି ଯାନଗୁଡ଼ିକ ବଜ୍ରକବାଟି ରୋଡ ଛକରେ ବାମ ମୋଡ଼ ନେଇ ଗହ୍ମାଡିହା, କବରସ୍ତାନ, କେଶରପୁର ରୋଡ ଦେଇ ମଙ୍ଗଳାବାଗ୍ କିମ୍ବା ବକ୍ସିବଜାର ଆଡକୁ ଯାଇପାରିବେ । ସେମାନେ କେବଳ ଫ୍ରେଣ୍ଡସ୍ କଲୋନି, ଥୋରିଆ ସାହିବାଳିକା ଉଚ୍ଚ ବିଦ୍ୟାଳୟ ଦେଇ ମଙ୍ଗଳାବାଗ୍ ଯାଇପାରିବେ କିନ୍ତୁ ବଣିଆ ସାହି ଏବଂ ଭୂଦାନ କାର୍ଯ୍ୟାଳୟ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ।
୪. ଥୋରିଆ ସାହି ଏବଂ ବଣିଆ ସାହି ଛକ ଠାରୁ ବଢେଇ ସାହି ଆଡକୁ କୌଣସି ଯାନକୁ ଅନୁମତି ଦିଆଯିବ ନାହିଁ |
୫. ମୋଚି ସାହି ଛକରୁ ରାଣୀହାଟ ହାଇସ୍କୁଲ ଦେଇ ସିଧାସଳଖ ଘଣ୍ଟା ଟାୱାର ଛକକୁ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ ଡକ୍ଟର ତେଜେଶ୍ବର ରାଓ ଛକ ଦେଇ ଘଣ୍ଟା ଟାୱାର ଛକ କିମ୍ବା ଯୋବ୍ରା ଛକ ଯିବା ପାଇଁ ମୋଚି ସାହି ଛକରୁ ବାମ ମୋଡ଼ ନେଇପାରିବେ।
୬. ଦୋଳୋମୁଣ୍ଡାଇ ଛକରୁ ଆସୁଥିବା ଯାନବାହାନଗୁଡ଼ିକ ମହତାବ ରୋଡ଼ ଦେଇ ଛତ୍ର ବଜାର ଆଡକୁ ଏବଂ ସେଠାରୁ କେବଳ ମାଲଗୋଦାମ ଆଡକୁ ଯାଇପାରିବେ ।
୭. କୌଣସି ଯାନବାହାନ ଛତ୍ର ବଜାର ବ୍ରିଜ୍ ଠାରୁ ଛତ୍ର ବଜାର ଦେଇ ମହତାବ ରୋଡ ଆଡକୁ କିମ୍ବା ପିଲଗ୍ରିମ୍ ରୋଡ ଦେଇ କଲେଜ ଛକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ହିନ୍ଦ ସିନେମା ହଲରୁ କେନାଲ ରୋଡକୁ ଆସୁଥିବା ଯାନବାହନଗୁଡ଼ିକ ବାମପାର୍ଶ୍ଵ କେନାଲ ରୋଡ ଦେଇ ମାଲଗୋଦାମ କିମ୍ବା ସମ୍ରାଟ ହଲ ଆଡକୁ ଯାଇପାରିବେ ।
୮. ଛତ୍ର ବଜାର ଦୈତାରୀ ରାସ୍ତା ଆଳୁ ଗୋଦାମରୁ ପ୍ରଫେସର ପଡ଼ା କେନାଲ ରାସ୍ତା ଦେଇ ବଜ୍ରକବାଟିରାସ୍ତା ଆଡକୁ କୌଣସି ଯାନବାହନ ପ୍ରବେଶ କରିପାରିବ ନାହିଁ। କିନ୍ତୁ ବଜ୍ରକବାଟି ରାସ୍ତାରୁ ଆସୁଥୁବାଯାନବାହନ ପ୍ରଫେସର ପଡ଼ା ରାସ୍ତା ଆଡକୁ ଯାଇପାରିବ ।
୯. ଛତ୍ର ବଜାର କିମ୍ବା ମାଲଗୋଦାମରୁ ମହତାବ ରାସ୍ତା ଦେଇ ଦୋଳମୁଣ୍ଡାଇ ଆଡକୁ କୌଣସି ଯାନବାହନଯିବାକୁ ଅନୁମତି ଦିଆଯିବ ନାହିଁ।
୧୦. ସମ୍ରାଟ ହଲ୍ କିମ୍ବା କଲ୍ୟାଣୀ ନଗରରୁ ଆସୁଥିବା ଯାନବାହାନ ତାଳଦଣ୍ଡା କେନାଲ ଦେଇ ଯାଇ କେବଳ ମାଲଗୋଦାମଆଡକୁ ଯାଇପାରିବ। ଅର୍ବାନ ହାଟ ପାର୍ଶ୍ଵ କେନାଲ ରାସ୍ତାରୁ କଲ୍ୟାଣୀ ନଗର ଆଡକୁଆସୁଥିବା ଯାନବାହାନଗୁଡ଼ିକ ନୂତନ କେନାଲ ରାସ୍ତା ଦେଇ ଅନ୍ଦରପୁର ଶିବ ମନ୍ଦିର ଦେଇ ଯାଇପାରିବେ ।
୧୧. ମାଲଗୋଦାମ ଟ୍ରାଫିକ ପୋଷ୍ଟରୁ ମାଲଗୋଦାମ ମେଢ ପର୍ଯ୍ୟନ୍ତ ଯାନବାହାନ ଯିବା ପାଇଁ ଅନୁମତି ସେମାନେ ମାଲଗୋଦାମ ପୂଜା ପେଣ୍ଡାଲରେ ଏକ ମୋଡ଼ ନେଇ କିରଣ ଚା ଦୋକାନ ପାର୍ଶ୍ବ ରାସ୍ତା, ହୋଟେଲ ଏବଂ କୋଇଲା ଡିପୋ ଦେଇ ଓ.ଏମ୍.ପି ସ୍କୋୟାର ଆଡକୁ ଯିବେ କିନ୍ତୁ ମାଲଗୋଦାମ ଦେ ଠାରୁ ମାଲଗୋଦାମ ଟ୍ରାଫିକ ପୋଷ୍ଟକୁ କୌଣସି ଯାନ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।

୧୨. ମାଲଗୋଦାମ ଠାରୁ ମାଲଗୋଦାମ ଫ୍ଲାଏଓଭର ବ୍ରିଜ ଆଡକୁ କୌଣସି ଯାନବାହନ ପ୍ରବେଶ କରିପାରିବ ନାହିଁ । ସେମାନେ ମାଲଗୋଦାମ ପାର୍ଶ୍ଵରେ ମାଲଗୋଦାମ ବ୍ରିଜର ଆରମ୍ଭ ସ୍ଥାନରେ ବାମ ମୋଡ଼ ନେଇପାରିବେ ଏବଂ ତାପରେ ଏନ.ସି.ସି ଗେଟ୍, କଟକ ରେଳ ଷ୍ଟେସନ ଏବଂ ରେଭେନ୍ସା କଲେଜ ଦେଇ କଲେଜ ଛକ ପର୍ଯ୍ୟନ୍ତ ଯାଇପାରିବେ ।
୧୩. ଯଦି ମାଲଗୋଦାମ ଫ୍ଲାଏ ଓଭର ବ୍ରିଜରେ କୌଣସି ଟ୍ରାଫିକ ଭିଡ଼ ହୁଏ, ତେବେ ଯାତ୍ରୀମାନେ ଶିଖରପୁର ଏବଂ ଯୋବ୍ରା ରାସ୍ତା ଦେଇ ଏହି ରାସ୍ତା ବ୍ୟବହାର କରିପାରିବେ ।
୧୪. ପିଠାପୁର ଏବଂ ଝୋଲା ସାହିରୁ ଗୋପାଳଜୀଉ ଲେନ୍, ବଙ୍ଗାଳୀ ସାହି ଏବଂ ନନ୍ଦୀ ସାହିକୁ କୌଣସି ଯାନକୁ ଅନୁମତି ଦିଆଯିବ ନାହିଁ | ସେମାନେ କାଠଗଡା ଦେଇ ଜେଲ୍ ରୋଡ୍ କିମ୍ବା ଗୌରୀ ଶଙ୍କର ପାର୍କ ଦେଇ         କାଠଗଡ଼ାସାହି, ଧର୍ମଶାଳା ଫୁଲଦୋକାନ, ଉତ୍କଳିକା ଠାରୁ ଫୋନ୍ ବକ୍ସ ଛକରେ ଡାହାଣ ମୋଡ ନେଇ ଯିବେ ।
୧୫. କୌଣସି ପ୍ରକାର ଯାନବାହାନ ଉତ୍କଳିକା ଛକ ଠାରୁ ଫୁଲ ଦୋକାନ, କାଠଗଡା ସାହି କିମ୍ବା କେଉଟସାହି ଆଗକୁ ଯାଇପାରିବେ ନାହିଁ ।
୧୬. ପୁରୁଣା ଜେଲ ରୋଡ଼ ଛକରୁ ଚୌଧୁରୀ ବଜାର ଛକ ଆଡକୁ କୌଣସି ଯାନବାହନକୁ ସିଧାସଳଖ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଗୌରୀ ଶଙ୍କର ପାର୍କ ସବ-ଷ୍ଟେସନ ଛକ ଦେଇ ଯିବାକୁ ଅନୁମତି ଦିଆଯିବ
୧୭. ପୂର୍ଣ୍ଣ ସାହୁ ଛକ ଠାରୁ ଯାଉଁଳିଆ ପଟି, କେଉଟ ସାହି କିମ୍ବା ନନ୍ଦୀ ସାହି ଆଡକୁ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହଁ | ସେମାନେ ମ୍ୟୁନିସିପାଲିଟି ଅଫିସ୍ ଏବଂ ଗୋପାଳ ଜୀଉ ଗଳି ଦେଇ ଝୋଲା ସାହି ଏବଂ ବଙ୍ଗାଳୀ ସାହି ଯାଇପାରିବେ |
୧୮. ଚୌଧୁରୀ ବଜାର ଛକରୁ ଗୌରୀ ଶଙ୍କର ପାର୍କକୁ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ।
୧୯. ବାଲୁବଜାର ଛକରୁ ନିମ ଚୌରୀ ଛକ, ଏପାରି ଗୋବିନ୍ଦ ଜୁଏଲାରୀ ଛକ ଏବଂ ଚାନ୍ଦିନୀ ଚୌକକୁ ହାଇକୋର୍ଟ ଛକ ଦେଇ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ । ଷ୍ଟେଟ ବ୍ୟାଙ୍କ କିମ୍ବା କଲେକ୍ଟରରେଟ୍ ପଟୁ ଆସୁଥିବା ଯାନବାହନକୁ ଚାନ୍ଦିନୀ ଚୌକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ।
୨୦. କାଳୀ ଗଳିରୁ ଆସୁଥିବା ଯାନବାହାନ ଗୁଡ଼ିକୁ ଚାନ୍ଦିନୀ ଚୌକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ, ସେମାନେ ହାଇକୋର୍ଟ ଛକ ଆଡକୁ ଯାଇପାରିବେ ।
୨୧.ଗଙ୍ଗା ମନ୍ଦିର ଛକ କିମ୍ବା ଆଲମ ଚାନ୍ଦ ଛକକୁ ନିମ ଚୌରୀ ଛକ ଦେଇ ଚାନ୍ଦନୀ ଛକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ, ସେମାନେ କାଜି ବଜାର ଦେଇ ମେହେନ୍ଦୀପୁର ଦେଇ ଚାନ୍ଦିନୀଚୌକ ଛକ ଆଡକୁ ଯାଇପାରନ୍ତି ।
୨୨.କାଜି ବଜାରର ପୁରୁଣା ଦେବୀ ଘର ଠାରୁ ଗଙ୍ଗା ମନ୍ଦିର ଆଡକୁ କୌଣସି ଯାନବାହନ ଯିବାକୁ ଦିଆଯିବ ନାହିଁ |
୨୩. ଚାନ୍ଦିନୀ ଚୌକରୁ ଶେଖ ବଜାର ଦେଇ ଚଣ୍ଡୀ ଛକ ଆଡକୁ କୌଣସି ଯାନବାହନ ପ୍ରବେଶ କରିପାରିବ ନାହିଁ। କେବଳ ମହମ୍ମଦିଆ ବଜାରରୁ ଆସୁଥିବା ଯାନବାହନକୁ ଚଣ୍ଡୀ ମନ୍ଦିର ମୁଖ୍ୟ ରାସ୍ତାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।
୨୪. କଲେଜ ଛକରେ ମେଲୋଡି କାର୍ଯ୍ୟକ୍ରମ ସମୟରେ, ଘଣ୍ଟା ଟାୱାରରୁ ଆସୁଥିବା ଯାନଗୁଡ଼ିକ କଟକ ମିଠା ଷ୍ଟଲରେ ବାମ ମୋଡ଼ ନେଇ ଏବଂ ତା’ପରେ “ଆଇ ଲଭ୍” କଟକ, ବମ୍ବେ ହୋଟେଲ ଛକ ଏବଂ ପୋଷ୍ଟ ଅଫିସ ଛକ ଦେଇ ମାଲଗୋଢାଉନ ଫ୍ଲାଏ ଓଭର ବ୍ରିଜ୍ ବ୍ୟବହାର କରିପାରିବେ ।
୨୫. ବମ୍ବେ ହୋଟେଲ ଛକ ଏବଂ ପୋଷ୍ଟ ଅଫିସ ଛକରୁ କଲେଜ ଛକ ଦେବୀ ଘର ଆଡକୁ କୌଣସି ଯାନ ଯିବାକୁ ଅନୁମତି ଦିଆଯିବ ନାହିଁ।
୨୬.ଡକ୍ଟର ଗୁରୁ ମହାନ୍ତି ଛକରୁ ଚାନ୍ଦିନୀ ଚୌକକୁ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ପୋଲିସ କ୍ଲବ ଗଡା ଆଡକୁ ଡାହାଣ ମୋଡ଼ ନେବା ପରେ ସେମାନେ ରିଙ୍ଗ ରୋଡ ବ୍ୟବହାର କରିପାରିବେ ।
୨୭. ମଣି ମନ୍ଦିର ଛକରୁ ଜୁଡିସିଆଲ୍ ଏକାଡେମୀ ଛକ ମଧ୍ଯରେ ରିଙ୍ଗ ରୋଡ ଦେଇ କୌଣସି ଭାରୀ ଯାନ କରିପାରିବ ନାହିଁ।

୨୮. ନୂଆବଜାର ଛକରୁ ଓ.ଏମ୍.ପି ଛକ ଆଡକୁ କୌଣସି ଚାରି ଚକିଆ ଏବଂ ଭାରୀ ଯାନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ ପୋତାପୋଖରୀ, କାଳିଆବୁଦା, ଓ.ଏମ୍.ପି ଛକ ଏବଂ ନୂଆପଡା ଦେଇ ପ୍ରେସ ଛକ ଯାଇପାରିବେ ।
୨୯. ଅପରାହ୍ନ ୪.୦୦ ଟାରୁ ରାତ୍ର ୧୨.୦୦ ଟା ପର୍ଯ୍ୟନ୍ତ କିମ୍ବା ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ କନ୍ଦରପୁର ଛକ ଠାରୁ ନୟାବଜାର ଛକ ମଧ୍ୟରେ କୌଣସି ଭାରୀ ଯାନ ଚଳାଚଳ କରିପାରିବ ନାହିଁ।
୩୦. ଯଦି କାଳିଆବୁଦା ଭି.ୟୁ.ପି. ଠାରେ ଟ୍ରାଫିକ୍ ସମସ୍ୟା ଘଟେ, ହାରାମଣୀ ମଣ୍ଡପ ଠାରୁ କାଳିଆବୁଦା ଆଡକୁ କୌଣସି ପ୍ରକାରର ଯାନବାହନକୁ ଯିବାକୁ ଅନୁମତି ଦିଆଯିବ ନାହଁ, ସେହି ଯାନ ଗୁଡିକ ହାରାମଣୀ ମଣ୍ଡପ ଛକ ଠାରୁ ବାମ ମୋଡ ନେବା ପରେ ସେମାନଙ୍କୁ ମହାନଦୀ ବିହାର ଜଷ୍ଟିସ ଛକ, ମଙ୍ଗଳା ମନ୍ଦିର ଛକ ଆଡ଼କୁ ଯାଇପାରିବେ ।
୩୧.କାଳିଆବୁଦା ନିକଟସ୍ଥ ସଂକୀର୍ଣ୍ଣ ରେଳପଥ ଦେଇ ତିନି ଏବଂ ଚାରି ଚକିଆ ଯାନ ଚଳାଚଳ କରିପାରିବ ନାହିଁ । ସେମାନେ ଶନି ମନ୍ଦିର ଛକରେ ବାମ ମୋଡ଼ ଏବଂ କମଳାକାନ୍ତ ସ୍କୁଲ ପେଟ୍ରୋଲ ଡିପୋ ପାର୍ଶ୍ଵରେ ଡାହାଣ ମୋଡ଼ ନେବା ପରେ ମହାନଦୀ ରିଙ୍ଗ ରୋଡ ଦେଇ ଯାଇପାରିବେ ।
୩୨.ପୂଜା ଦିନ ମାନଙ୍କରେ ସହର ମଧ୍ୟ ଦେଇ କୌଣସି ପ୍ରକାରର ବସ୍ (ସରକାରୀ/ବେସରକାରୀ) ଚଳାଚଳ କରିପାରିବେ ନାହିଁ | ସେହି ଗାଡ଼ି ଗୁଡ଼ିକ ଲିଙ୍କ ରୋଡ୍ ଦେଇ ବାଦାମବାଡ଼ି କିମ୍ବା ସି.ଏନ୍.ବି.ଟି ବସ୍ ଷ୍ଟାଣ୍ଡ କୁ ଯାଇପାରିବେ ।

ଦୁର୍ଗା ମେଢ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ନିମ୍ନଲିଖୁତ ନିର୍ଦ୍ଦିଷ୍ଟ ପାକଂ ସ୍ଥାନରେ ସେମାନଙ୍କର ଯାନବାହାନ ପାକିଂ କରିପାରିବେ ।

୧. ବେଲଭୁ ଛକ ନିକଟରେ ପାକିଂ ସ୍ଥଳ (୨/୪ ଚକିଆ)
୨. ବିତାନାସୀ ହାଇସ୍କୁଲ ପରିସର (୨/୪ ଚକିଆ)
୩. ଖ୍ରୀଷ୍ଟିୟାନ୍ ଗ୍ରାଉଣ୍ଡ (୨/୪ ଚକିଆ)
୪. ଉପର ବାଲି ଯାତ୍ରା ପଡ଼ିଆ (୨/୪ ଚକିଆ)
୫. ବୋଷ ଇଞ୍ଜିନିୟରିଂ କଲେଜ (ମହାନଦୀ ରଙ୍ଗ ରୋଡ) ସାମ୍ନାରେ ପାକିଂ ସ୍ଥଳ (୨/୪ ଚକିଆ)
୬. କାଠ ଗୋଲା ଛକ ସାମ୍ନାରେ ଥିବା ପାକିଂ ସ୍ଥଳ (ମହାନାଦୀ ରିଙ୍ଗ ରୋଡ୍) | (୨/୪ ଚକିଆ)
୭. ଶ୍ରୀମା ହସ୍ପିଟାଲ ସାମ୍ନାରେ ଥିବା ପାକିଂ ସ୍ଥଳ (ମହାନଦୀ ରିଙ୍ଗ ରୋଡ) (୨/୪ ଚକିଆ)
୮. ପୁରୁଣା ପୁରୀ ବସ୍ ଷ୍ଟାଣ୍ଡ । (୨/୪ ଚକିଆ)
୯. ପୁରୁଣା ବାଦାମବାଡି ବସ୍ ଷ୍ଟାଣ୍ଡ | (୨/୪ ଚକିଆ)
୧୦. ମାତା ମଠ (ମହାନଦୀ ରିଙ୍ଗ ରୋଡ୍) ସାମ୍ନାରେ ଥିବା ପାକିଂ ସ୍ଥଳ (୨/୪ ଚକିଆ)
୧୧. ସି.ଏନ.ବି.ଟି (କାଠଯୋଡି ରିଙ୍ଗ ରୋଡ୍) ସାମ୍ନାରେ ଥିବା ପାକିଂ ସ୍ଥଳ (୨/୪ ଚକିଆ)
୧୨. ସି.ଏମ୍.ସି କଲ୍ୟାଣୀ ମଣ୍ଡପ ପାକଂ (୨ଚକିଆ)
୧୩. ଶହୀଦ ଭବନ ପାକିଂ (୨ ଚକିଆ)
୧୪. ଆଇନକ୍ସ ପାକିଂ (୨ ଚକିଆ)
୧୫. ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପାକଂ (୨ ଚକିଆ)
୧୬.ଗୌରୀଶଙ୍କର ପାର୍କ ପାକିଂ (2ଚକିଆ)
୧୭, ନେତାଜୀ ସଂଗ୍ରହାଳୟ ପାକଂ (୨/୪ ଚକିଆ)
୧୮. ପି.ଏମ. ଏକାଡେମୀ ପାକଂ (୨ ଚକିଆ)
୧୯. କର ପ୍ୟାଲେସ୍ ପାକିଂ (୨ ଚକିଆ)
୨୦. ସିଡିଏ ମାର୍କେଟ୍ କମ୍ପେ, ଜ୍ମ (କଲେଜ) ନିକଟରେ ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ପାକିଂ ସ୍ଥଳ (କଲେଜ୍ ଛକ ) (୨ଟ୍ରିକିଆ)
୨୧. ମାଛୁଆ ବଜାର ପାକଂ (2/4ଚକିଆ)
୨୨. ମଙ୍ଗଳାବାଗ ପୋଲିସ ଷ୍ଟେସନ ନିକଟରେ ଥିବା ପାକିଂ (୨ ଚକିଆ)
୨୩. ଘଣ୍ଟା ଟାୱାର ପାଖ କେନାଲ ପାର୍ଶ୍ବ ପାକିଂ (୨ ଚକିଆ)
୨୪ ଚାଉଳିଆଗଞ୍ଜ ଖେଳପଡ଼ିଆ ପାକିଂ (୨/୪ ଚକିଆ)
୨୫. ତଳ ବାଲିଯାତ୍ରା ପଡ଼ିଆ (୨/୪ ଚକିଆ)
୨୬. ସନ୍-ସାଇନ୍ ଖେଳ ପଡ଼ିଆ ପାର୍କି, (୨/୪ ଚକିଆ)
୨୭. ସିଡିଏ ମାର୍କେଟ୍ କମ୍ପେ, ଳ୍ପ (ବକ୍ସି ବଜାର) ପାଖରେ ପେଟ୍ରୋଲ ପମ୍ପ ସାମ୍ନାରେ ଥୁବା ପାକିଂ ସ୍ଥଳ (୨ ଚକଥା)

ଚଣ୍ଡି ମନ୍ଦିରକୁ ଆସୁଥିବା ଭକ୍ତମାନେ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ନିମ୍ନଲିତ ନିର୍ଦ୍ଦିଷ୍ଟ ପାର୍କି ସ୍ଥାନରେ  ସେମାନଙ୍କର ଯାନବାହାନ ପାକିଂ କରିପାରିବେ:-

୧. ଶୈଳବାଳା ମହିଳା ମହାବିଦ୍ୟାଳୟ (ବିଜ୍ଞାନ ବ୍ଳକ) (୨ ଚକିଆ)
୨ ଶୈଳବାଳା ମହିଳା ମହାବିଦ୍ୟାଳୟ (ବାସ୍କେଟବଲ୍ ପଡ଼ିଆ) (୨ ଚକିଆ)
୩. ୟୁନିଅନ୍ କ୍ଲବ୍ ଗ୍ରାଉଣ୍ଡ (ପେଟ୍ରୋଲ୍ ପମ୍ପ ପାଖରେ) (୨/୪ ଚକିଆ)
୪. ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲ୍ ପଡ଼ିଆ (୨/୪ ଚକିଆ)
୫. ଖ୍ରୀଷ୍ଟ କଲେଜ ଭିତରେ, ଗେଟ୍ ନମ୍ବର-୧ (୨/୪ ଚକିଆ)
୬. ଖ୍ରୀଷ୍ଟ କଲେଜ ଭିତରେ, ଗେଟ୍ ନମ୍ବର-୨ (୨/୪ ଚକିଆ)
୭. ଚଣ୍ଡୀ ମନ୍ଦିର ନ୍ୟୁ-ମାର୍କେଟ କମ୍ପେ, ଜ୍ଵ (ଚଣ୍ଡୀ ମନ୍ଦିର ନିକଟରେ) (୨ ଚକିଆ)
ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଗଲା । ଏହି ନିୟମ ଖୁଲାପ କାଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ୨୦୦୩ ଧାରା ୯୬ ଅନୁସାରେ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।  ଉପରୋକ୍ତ କଟକଣା ଗୁଡ଼ିକ ପୁଲିସ, ଫାୟାର ବ୍ରିଗେଡେ, ଏକ୍ସସାଇଜ୍,ଆମ୍ବଲାଙ୍କୁ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡ଼ି ଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ।

ଦୟାକରି ଏହି ଗୁରୁତ୍ବପୂର୍ଣ ଟ୍ରାଫିକ୍ ନିୟମଗୁଡ଼ିକୁ ପାଳନ କରନ୍ତୁ:-

– ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ ।
– ଦୁଇଚକିଆ ଯାନରେ ତିନିଜଣ ବସି ଗାଡ଼ି ଚଲାନ୍ତୁ ନାହିଁ ।
– ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।
– ଦୁଇଚକିଆ ଯାନ ଚଲାଇବା ସମୟରେ ସର୍ବଦା ହେଲମେଟ୍ ପିନ୍ଧନ୍ତୁ ।
– କେବଳ ନିର୍ଦ୍ଦିଷ୍ଟ ପାର୍କି ସ୍ଥାନରେ ପାକିଂ କରନ୍ତୁ I
– ଆପଣଙ୍କ ଗାଡିଟି ଅନାବଶ୍ୟକ ଥିବା ସମୟରେ ସଠିକ୍ ଭାବରେ ଲକ୍ ହୋଇଛି କି ନାହିଁ ତାହା ନିଶ୍ଚିତ କରନ୍ତୁ I
– ଦ୍ରୁତ ଏବଂ ବେପରୁଆ ଗାଡି ଚଳାଇବା ଠାରୁ ଦୂରେଇ ରୁହନ୍ତୁ ।

Spread the love