KIMSରେ ବିଶ୍ୱ ବ୍ରେନ ଷ୍ଟ୍ରୋକ୍ ଦିବସ ପାଳିତ, ବ୍ରେନ ଷ୍ଟ୍ରୋକର କାରଣ ଓ ନିରାକରଣ ନେଇ ସଚେତନତା
ଭୁବନେଶ୍ବର: KIMSରେ ବିଶ୍ୱ ବ୍ରେନ ଷ୍ଟ୍ରୋକ୍ ଦିବସ ପାଳିତ । ବ୍ରେନ ଷ୍ଟ୍ରୋକର କାରଣ, ନିରାକରଣ, ସମୟୋଚିତ ଚିକିତ୍ସା ତଥା ପୁନର୍ବାସ ବିଷୟରେ ସଚେତନତା କରିବା ପାଇଁ KIMS ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆଜି ବିଶ୍ୱ ବ୍ରେନ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡାକ୍ତର ଆର. ଏନ. ସାମନ୍ତ, KIMS ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଆର. ସି. ଦାସ, ମେଡିକାଲ୍ ଅଧିକ୍ଷକ ଡାକ୍ତର ଏମ୍. ଆର. ବେହେରା ଓ KIMS ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସନ୍ତୋଷ ଦାଶ ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ଅଧ୍ୟାପକ ଏବଂ ଡାକ୍ତରମାନେ ଯୋଗ ଦେଇଥିଲେ।
ଷ୍ଟ୍ରୋକ୍ ହେଲେ ତୁରନ୍ତ ଚିହ୍ନଟ ଓ ଚିକିତ୍ସାର ଗୁରୁତ୍ୱ ଉପରେ ଆଲୋକପାତ କରି, ବକ୍ତାମାନେ ଲୋକଙ୍କୁ ସତର୍କତା ସଙ୍କେତ ବିଷୟରେ ସଚେତନ ରହିବା ଏବଂ ବିପଦ କାରକଗୁଡ଼ିକୁ ହ୍ରାସ କରିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଷ୍ଟ୍ରୋକ୍ ରୁ ସଫଳତାର ସହ ସୁସ୍ଥ ହୋଇଥିବା ଅନେକ ରୋଗୀ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ KIMS ନ୍ୟୁରୋଲୋଜି ୱାର୍ଡରେ ରୋଗୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।
