ଆଜି ବିଶ୍ୱ ଷ୍ଟ୍ରୋକ୍ ଦିବସ, ୩୧ ତାରିଖ ଯାଏଁ ଚାଲିବ ସଚେତନତା ଅଭିଯାନ

ଭୁବନେଶ୍ୱର:  ତା’ଛଡ଼ା ଏହା ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତା ଅନେକ ରୋଗୀଙ୍କ ଜୀବନକୁ ଜଟିଳ କରିଦେଉଛି । ତେଣୁ, ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି।

‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସୂଚନା ଅନୁଯାୟୀ ପ୍ରତିବର୍ଷ ପୃଥିବୀରେ ୭୦ ଲକ୍ଷରୁ ଅଧିକ ଲୋକ ବ୍ରେନ ଷ୍ଟ୍ରୋକରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ସେହିପରି ଲକ୍ଷ ଲକ୍ଷ ରୋଗୀ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଜଟିଳତାର ଶିକାର ହେବା ଫଳରେ ପାରିବାରିକ ସ୍ତରରେ ଆର୍ଥିକ ସମସ୍ୟା ସହିତ ଜାତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । ବ୍ରେନ୍‌ ଷ୍ଟ୍ରୋକ୍ କେବଳ ବୃଦ୍ଧା ଅବସ୍ଥାର ରୋଗ ନହୋଇ ଆଜି କମ୍‌ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି ।

ଏହାର ମୁକାବିଲା ପାଇଁ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ‘ଷ୍ଟ୍ରୋକ୍-ମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ ସଚେତନତା ଅଭିଯାନ କରାଯାଉଛି। ଚଳିତବର୍ଷ ଅକ୍ଟୋବର ୨୭ରୁ ୩୧ ତାରିଖ ଯାଏଁ ଏହି ଅଭିଯାନ ଚାଲିବ।

Spread the love