ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ, ହବିଷିଆଳି ପାଇଲେନି ମହାପ୍ରଭୁଙ୍କ ପ୍ରସାଦ
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ । ଆଜି ପାଳି ଥିବା ସମର୍ଥା ନିଯୋଗ ସେବାୟତ ବନ୍ଦ କରିଛନ୍ତି ଲିଙ୍ଗରାଜଙ୍କ ସେବା । ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତି କାନ୍ତି ବନ୍ଦ କରିଛନ୍ତି ସେବାୟତ । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କରି ସମାଧାନ ନ କରିଥିବାରୁ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସ ରେ ଖଡା ଉପବାସରେ ଅଛନ୍ତି । ଯାହା ଦ୍ଵାରା ହଜାର ହଜାର ହବିଶାଳୀ ମହାପ୍ରଭୁ ଙ୍କ ମହାପ୍ରାସାଦ ପାଇବାରୁ ବଞ୍ଚିତ ଅଛନ୍ତି ।
