ଭାଙ୍ଗିଲା ଔଷଧ ଦୋକାନ, ପରିବାରର ସ୍ବପ୍ନ ଧୂଳିସାତ

କଟକ ରୋଡ଼ ଲୋକଙ୍କ ଯିବା ଆସିବା ଜାତୀୟ ରାଜପଥକୁ ଲାଗି ଛୋଟ ଔଷଧ ଦୋକାନଟିଏ l ଭାଙ୍ଗି ରୁଜି ଛାରଖାର ହୋଇ ଯାଇଥାଏ l ଏ ଭଙ୍ଗା ହୋଇ ଥିବା ଦୋକାନ ଦେଖି ଆପଣ ମାନେ ଭାବୁଥିବେ ବୋଧ ହୁଏ ଜବର ଦଖଲ ଉଚ୍ଛେଦ ହୋଇଥିବ । ନଚେତ ଯେଉଁ ଲୋକର ଦୋକାନ ଭଙ୍ଗା ହୋଇଛି ସେ ବୋଧେ କାହା ଜାଗା ବାଡ଼ି ମାଡି ବସିଛନ୍ତି ବୋଲି ଭଙ୍ଗା ହୋଇଛି l ଏହାରି ଭିତରେ ଜଣେ ଯୁବକ ଜଣେ ମହିଳା କିଛି ଔଷଧ ଓ ଠାକୁର ମୂର୍ତ୍ତି ସଂଗ୍ରହ କରି ସାଇତି ରଖୁଥାନ୍ତି l

ମହିଳାଙ୍କର ହାବ ଭାବ କୋହ ଜରଜରିତ ମୁହଁରୁ ଅନୁମାନ ହେଉଥିଲା କି ଦୋକାନ ଭାଙ୍ଗି ଛାରଖାର ହେବା ଦେଖି ମହିଳା ହୃଦୟ ଫାଟିଯାଉଥାଏ l ଔଷଧ ଦୋକାନ ଭାଙ୍ଗି ମାଟିରେ ମିଶି ଯାଇନି ଯେ ଏ ପରିବାର ସ୍ବପ୍ନ ଧୂଳିସାତ ହୋଇ ମାଟିରେ ମିଶି ଯାଇଛି l ଏହି କ୍ଷତିଗ୍ରସ୍ତ ପରିବାରର ସ୍ବପ୍ନ ମନରେ ଅନେକ କ୍ଷୋଭ ଆଉ କୋହ ଦୁଃଖକୁ ଚାପି ରଖି ଦୋକାନ ଭିତରେ ଯାଇ ଜିନିଷ ସାଉଣ୍ଟୁ ଥାନ୍ତି l କିଛି ସମୟ ପରେ ମହିଳା ଓ ଯୁବକ ଜଣକ ବାହାରକୁ ଆସିଲେ l ଦୋକାନର ମାଲିକ ଆଉ ତାଙ୍କ ସ୍ତ୍ରୀ ଯାହା କହିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

କଟକ ରୋଡ଼ ସମସ୍ତେ ଯିବା ଆସିବା ରାସ୍ତା ହେଲେବି ପୋଲିସ ଆଉ ଲୋକଙ୍କ ନାକ ତଳେ ଏମିତି ଘଟଣା ଘଟିଯାଉଛି କେମିତି କଣ ପାଇଁ କାହିକି ଘଟିଲା ଆସନ୍ତୁ ଜାଣିବା l ମହିଳା ଆଉ ତାଙ୍କ ସ୍ୱାମୀ କହିବା ଅନୁସାରେ ଏହି ଜାଗା ଟି ହେଉଛି ତାଙ୍କର ନିଜ ପୈତୃକ ସମ୍ପତ୍ତି l କିନ୍ତୁ କେହି ଜଣେ ଏମାନଙ୍କର ଜମି ଜବରଦସ୍ତ ନେଇ ଯିବାକୁ ଚାହୁଁଛନ୍ତି l ତେଣୁ ଅନେକ ଥରେ ଚେଷ୍ଟା ପରେ ଗତ କାଲି ଜେସିବି ଲଗାଇ ଲୋକ ମିଶି ଭାଙ୍ଗି ଦେଲେ ଔଷଧ ଦୋକାନ l

ଆଗରୁ ମଧ୍ୟ ଏହି ଦୋକାନ ଭାଙ୍ଗିବା ପାଇଁ ମସୁଧା ହୋଇଥିଲା । ପୋଲିସକୁ ଜଣାଇଥିଲେ କୌଣସି ସୁଫଳ ମିଳି ନଥିଲା ଆଉ ଶେଷରେ ଭାଙ୍ଗିଦେଲେ l ଏନେଇ କ୍ଷତିଗ୍ରସ୍ତ ଲୋକ ପୁଣି ପୋଲିସର ଦ୍ୱାରସ୍ତ ହୋଇଛନ୍ତି l ପୋଲିସ କହିଛି ତଦନ୍ତ କରୁଛି । ତେଵେ ସେମାନଙ୍କୁ କେବେ ନ୍ୟାୟ ମିଳୁଛି ? କଣ ନ୍ୟାୟ ମିଳୁଛି ତାକୁ ହିଁ ଦେଖିବାକୁ ବାକି ରହିଲା l

Spread the love