ପାୱାର କରିଡର କୁ ଫେରିଲେ ସଞ୍ଜୟ

ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ( ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟାକ୍ଷ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପଦ ପାଇବା ପରେ ସଞ୍ଜୟ ରାଜ୍ୟସଭା ଯିବାକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି ।

ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମଧ୍ୟ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା । ମନ୍ତ୍ରୀ ଦାୟିତ୍ୱଠାରୁ ସଂଗଠନ ଦାୟିତ୍ୱ ପର୍ଯ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଜେଡ଼ି ଯୁବ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସେ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ପ୍ରିୟ ବୋଲି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ ।

Spread the love