ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା; ଯୋଗଦେଲେ ୪୨୫ ପ୍ରତିଯୋଗୀ

ଭୁବନେଶ୍ବର/ଖଣ୍ଡଗିରି,୨୨।୧୧: ଖଣ୍ଡଗିରି ନିକଟ ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ାରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶନିବାର ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।
ଉତ୍କଳ ବିଶ୍ବବିଦ୍ୟାଳୟ ଯୋଗ ବିଭାଗ ଅଧ୍ୟାପକ ଡ. ବିଶ୍ବରଞ୍ଜନ ରଥ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ପରିଚଳନା କମିଟି ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ୨୭ଟି ପ୍ରତିଯୋଗିତାରେ ୪୨୫ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ୧୧୨ ଜଣ କୃତକାର୍ଯ୍ୟ ହୋଇଥିଲେ।

ଏଥିରୁ ୩୬ ଜଣ ସଙ୍କୁଳସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି।  ଉଦଯାପନୀ ଦିବସ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ରଘୁନାଥ ପୁଷ୍ପାଳକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା, କ୍ରୀଡ଼ା ପ୍ରମୁଖ ଆରତୀ ବୈଶାଖ, ପରିଚାଳନା ସମିତି ସଦସ୍ୟା ତପସ୍ୱିନୀ ମହନ୍ତ ମଞ୍ଚାସୀନ ଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟ।, ସେବକ, ସେବିକା ସହଯୋଗ କରିଥିଲେ।

Spread the love