କଟକ: ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ, କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

କଟକ: କଟକ ଜିଲ୍ଲାର ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ଦେଲେ କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ।  ଜନ ଶୁଣାଣି କାର୍ଯ୍ୟରେ ଅବହେଳା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ  ।  ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସର୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ଏଥିରେ ଅଛନ୍ତି ସିଏମସି କମିଶନର, କଟକ ଏସପି, କଟକ ସବ୍ କଲେକ୍ଟର, କଟକ ସିଡିଏମଓ, କଟକ ଡିଇଓ, ବାରଙ୍ଗ, ବଡ଼ମ୍ବା , ମାହାଙ୍ଗା, ନିଆଳି, ସାଲେପୁର ର ତହସିଲଦାରଙ୍କ ସମେତ କଟକ ଡିସିପିଙ୍କ ଭଳି ବଡ଼ ବଡ଼ ବାବୁଙ୍କ ନାମ ଏହି ତାଲିକାରେ ରହିଛି ।

Spread the love