ହ୍ୟୁମାନଙ୍କ ମାଆଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ
ବଲାଙ୍ଗିର: ହ୍ୟୁମାନ ସାଗରଙ୍କ ମାଆଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ । ହ୍ୟୁମାନଙ୍କ ମୃତ୍ୟୁ ଏକ ବଡ଼ କ୍ଷତି । ତେଣୁ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକତା ଅଛି ବୋଲି ଟୁକୁନି ସାହୁ କହିଛନ୍ତି । ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜରଙ୍କ ନାଁରେ ବଲାଙ୍ଗିର ଥାନାରେ ଅଭିଯୋଗ ହୋଇଛି ।
ହ୍ୟୁମାନଙ୍କୁ ଷଡଯନ୍ତ୍ର କରି ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଅନୁଷ୍ଠାନ । ଏହି ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି । ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ବଲାଙ୍ଗିର ବ୍ୟୁରୋ ହେଡ୍ ଚିତ୍ତରଞ୍ଜନ ମିଶ୍ର ।
