ରାଜ୍ୟରେ ବେଆଇନ ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର, ୩୨ଟି ହାଇୱା ଜବତ

ଜଳେଶ୍ବର: ରାଜ୍ୟରେ ବେଆଇନ ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର ।  ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରି ୩୨ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି ।  ଘଟଣାରେ ୧୦ଜଣଙ୍କୁ ଅଟକ ରଖାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରୁ ବେଧଡକ ଭାବେ ଚାଲିଛି ବାଲି ଚୋରା ଚାଲାଣ ।  ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା ।  ଜବତ ଗାଡି ଓ ଅପରାଧୀଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି ।

Spread the love