ଶ୍ରୀଲଙ୍କାରେ ସାମୁ୍ଦ୍ରିକ ବାତ୍ୟା ଡିଟୱାର ତାଣ୍ଡବ ପରେ ହାହାକାର, ବନ୍ୟା ଓ ଭୁସ୍ଖଳନରେ ଗଲାଣି ୩୩୦ରୁ ଅଧିକ ଲୋକଙ୍କ ଜୀବନ
ଶ୍ରୀଲଙ୍କାରେ ସାମୁ୍ଦ୍ରିକ ବାତ୍ୟା ଡିଟୱାର ତାଣ୍ଡବlବନ୍ୟା ଓ ଭୁସ୍ଖଳନରେ ଗଲାଣି ୩୩୦ରୁ ଅଧିକ ଲୋକଙ୍କ ଜୀବନ । ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ ଶ୍ରୀଲଙ୍କା ଭଳି ଛୋଟ ଦେଶକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଘର ଭାଙ୍ଗିଯିବା କାରଣରୁ ଲକ୍ଷାଧିକ ଲୋକ ବାସହୀନ ହୋଇଛନ୍ତି । ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁଯାୟୀ ସାମୁଦ୍ରିକ ବାତ୍ୟା ଡିଟୱା ଦ୍ବାରା ୯ଲକ୍ଷ ୯୮ହଜାର ୯୧୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଭାରତ ମହାସାଗରରୁ ଉତ୍ପନ୍ନ ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଶୁକ୍ରବାର ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା, ଯାହା ଫଳରେ ପ୍ରବଳ ବର୍ଷା ହୋଇଥିଲା । ରାଜଧାନୀ କଲମ୍ବୋରେ କେଲନି ନଦୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା, ଯାହା ଫଳରେ ବନ୍ୟା ସୃଷ୍ଟି ହୋଇଥିଲା। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଏଭଳି ସ୍ଥିତିରେ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ଆନ୍ତର୍ଜାତୀୟ ସହାୟତା ପାଇଁ ଅପିଲ୍ କରିଛନ୍ତି। ଭାରତ ତୁରନ୍ତ ପଡ଼ୋଶୀ ଦେଶକୁ ସାହାଯ୍ୟ ପଠାଇଛି। ଦୁଇଟି ଭାରତୀୟ ବାୟୁସେନା ବିମାନ କଲମ୍ବୋକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇଛି । ଜୀବନ ବଞ୍ଚାଇବାରେ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ ସହାୟତା କରିବା ପାଇଁ ଭାରତ ପକ୍ଷରୁ ଏନଡିଆରଏଫ ଏବଂ ବାୟୁସେନା କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ବାତ୍ୟା ଡିଟୱା କାରଣରୁ କଲମ୍ବୋ ବିମାନବନ୍ଦରରେ ଫସି ରହିଥିବା ୩୨୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ରବିବାର ସ୍ୱଦେଶ ଫେରାଇ ଅଣାଯାଇଛି ।
