ମହୁମାଛି ଆକ୍ରମଣରେ ୧୬ଜଣ ଆହତ, ଗୁରୁତର ମେଡିକାଲରେ ଭର୍ତ୍ତି

ରେଢାଖୋଲ : ମହୁମାଛି ଆକ୍ରମଣରେ ୧୬ଜଣ ଆହତ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ରାସ୍ତାର ଶିବ ମନ୍ଦିର ନିକଟରେ ମହୁମାଛି ଆତଙ୍କ ।

ରେଢାଖୋଲ ବ୍ଲକ ଚାରମାଳ ଠାରୁ ଖୁବେଳକୁ ଯାଇଥିବା ରାସ୍ତାର ଶିବ ମନ୍ଦିର ନିକଟରେ ମହୁମାଛି ଆତଙ୍କ । କପିଳେଶ୍ୱର ଶିବ ମନ୍ଦିର ନିକଟରେ ଥିବା ଏକ ଗଛରୁ ମହୁମାଛି ଆସି ମନ୍ଦିରକୁ ଦର୍ଶନ କରି ଆସିଥିବା କିଛି ଭକ୍ତ ଏବଂ ରାସ୍ତାରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କୁ ମହୁମାଛି ଆକ୍ରମଣ କରୁଥିବା ସୂଚନା ମିଳିଛି । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚାରମାଳ ମେଡିକାଲ ଭର୍ତ୍ତି କରିଥିଲେ । ୧୬ଜଣ ଆହତଙ୍କ ମଧ୍ୟରୁ ୯ଜଣ ଅଧିକ ଗୁରୁତର ହୋଇପଡିବାରୁ ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Spread the love