ଗୌରବ ଆଣିଛନ୍ତି କିଟ୍ ଛାତ୍ରୀ, ମହିଳା ହକି ଟିମକୁ ମିଳିଲା ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: କିଟ୍ ମହିଳା ହକି ଟିମକୁ ସ୍ବର୍ଣ୍ଣ ପଦକ ।  ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୫ରେ ମହିଳା ହକିରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି କିଟ୍ ଛାତ୍ରୀ ।  ଫାଇନାଲରେ ଆଇଟିଏମ ଗ୍ୱାଲିଅରକୁ ୧-୦ରେ ହରାଇଛି କିଟ୍ ବିଶ୍ୱବିଦ୍ୟାଳୟ ।

ରାଜସ୍ଥାନରେ ଅନୁଷ୍ଠିତ ହେଉଛି ଖେଲୋ ଇଣ୍ଡିଆ କ୍ରୀଡ଼ା ।  କିଟ୍ ଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା KIIT ଅନୁସରଣ କରୁଥିବା ଶୃଙ୍ଖଳା ଏବଂ ଅସାଧାରଣ କ୍ରୀଡ଼ା ସଂସ୍କୃତିକୁ ପ୍ରତିଫଳିତ କରେ ।  ଏହି ବିଜୟ କେବଳ ଅନୁଷ୍ଠାନ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ।

Spread the love