ସୋଆରେ ବିଶ୍ୱ ମୃତିକା ଦିବସ ପାଳିତ
ଭୁବନେଶ୍ୱର, ଡିସେମ୍ବର ୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍) ର ମୃତିକା ବିଭାଗ ପକ୍ଷରୁ ଶୁକ୍ରୁବାର ଦିନ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି । ସୁସ୍ଥ ମାଟି ହିଁ ସୁସ୍ଥ ସହରର ଭିତିଭୂମି ଓ ସୁସ୍ଥ ଜୀବନର ଆଧାର । ଅସ୍ୱାସ୍ଥ୍ୟକର ମାଟି ପ୍ରତ୍ୟକ୍ଷ ଅବା ପରୋକ୍ଷରେ ଆମ ଜୀବନକୁ ପ୍ରଭାବିତ କରେ ବୋଲି ବିଶ୍ୱ ମୃତିକା ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କୃଷି ବିଜ୍ଞାନୀ ତଥା ମୁଖ୍ୟମନ୍ତ୍ରୀ ମକା ମିଶନର ସ୍ୱତନ୍ତ୍ର ସଦସ୍ୟ ଡ. ରାଜେଶ ଦାସ ଯୋଗ ଦେଇ ମାଟି ଅସୁସ୍ଥ ହେବାର କାରଣ ଓ ଜୀବନ ଉପରେ ଏହାର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ଏହି ଦିବସ ଛାତ୍ରଛାତ୍ରୀମାନେ ପାଳନ କରି ଏହାର ଗୁରୁତ୍ୱ ଉପଲବ୍ଧୀ କରିବା ଜରୁରୀ ବୋଲି କହିଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ପେସ ଫାଉଣ୍ଡେସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ ଯୋଗ ଦେଇଥିଲେ । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଉତ୍ସବର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ ।
ମୃତିକା ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଗୌରହରି ସାନ୍ତ୍ରା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଅନ୍ତର୍ଯ୍ୟାମୀ ମିଶ୍ର ଧନ୍ୟବାଦ ଦେଇଥିଲେ । ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଓ ଡ. ଈପ୍ସିତା ପଟ୍ଟନାୟକ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଏକ ବୈଜ୍ଞାନିକ ମୁଖପତ୍ର ସମେତ ପ୍ରଫେସର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲିଖିତ ନମୁନା ମାଟି ସଂଗ୍ରହ ଏବଂ ମୃତିକା ବିଜ୍ଞାନ ବିଭାଗ ଦ୍ୱାରା ପ୍ରକାଶିତ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ପୁସ୍ତିକା ଉନ୍ମୋଚିତ ହୋଇଥିଲା । ରାଜ୍ୟରୁ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଏଥିରେ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବଂଟନ କରାଯାଇଥିଲା । ସାଂସ୍କୃତିକ ଶାଖା କ୍ରିଆଟିଭୋ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ପ୍ରଫେସର ଆଶିଷ ଦାସ, ପ୍ରଫେସର ପି କେ ଦାସ, ଡ. ପ୍ରକାଶ ରଂଜନ ବେହେରା, ଡ. ସମନ୍ୱିତା ମହାନ୍ତି, ଡ. ଭୁବନାନନ୍ଦ ଅଧିକାରୀ, ମାନସ ଦାସ, ବିକାଶ ରଂଜନ ରଥ, ଶୁଭ୍ରାଂଶୁ, ବିଶ୍ୱଜିତ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ୍ ପ୍ରକାର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏକ କ୍ଷୁଦ୍ର ନାଟିକା ମଧ୍ୟ ପ୍ରସ୍ତୃୁତ ମଧ୍ୟ କରାଯାଇଥିଲା । ବିଭିନ୍ନ ପ୍ରକାର ଆଲୋଚନା ବୈଜ୍ଞାନିକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ କରାଯାଇଥିଲା ।
