ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ, ୪ ଗିରଫ
ଭୁବନେଶ୍ବର: ନୟାପଲ୍ଲୀ ବବଲୁ ହତ୍ୟାକାଣ୍ଡ ଘଟଣାରେ ବଢିଲା ଗିରଫଦାରୀ । ମାମଲାରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କ ପରିଚୟ ମିଳିଛି । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ନଣ୍ଡା,ବଙ୍ଗାଳି ରାଜା,ଚାଇଁଆ ଓ କାଳିଆ । ଅନ୍ୟ ଜଣେ ଅଭିଯୁକ୍ତ ନଣ୍ଡାର ଭିଣୋଇ ବୋଲି ଜଣାପଡ଼ିଛି ।
ଏବେ ସୁଦ୍ଧା ମାମଲାରେ ମୋଟ ୭ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ, ଅନ୍ୟ ଫେରାର ମାନଙ୍କୁ ଗିରଫ କରିବାକୁ ଚଢାଉ ଜାରି ରଖିଛି ପୋଲିସ୍ । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିଲା । ମାମଲାରେ ପୂର୍ବରୁ ଜଣେ ନାବାଳକ ସହ ଅଟୋ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ । ଗତ ୨୯ତାରିଖ ରାତିରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ।
ଘର ବାହାରେ ବବଲୁ ଓରଫ୍ ଜିତେନ୍ଦ୍ର ଦାସକୁ ସଙ୍ଘବଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ ଅଭିଯୁକ୍ତ ମାନେ । ଘଟଣା ନେଇ ନୟାପଲ୍ଲୀ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ୟୁନିଟ୍ ୮ ରାସ୍ତା ରୋକ କରିଥିଲେ ବବଲୁ ଓ ତାଙ୍କ ପରିବାର ।
