ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ବେଳେ ଅଘଟଣ: ଭାଙ୍ଗିଲା ଟେଣ୍ଟ
ବ୍ରହ୍ମପୁର : ଭାଙ୍ଗିଲା ଟେଣ୍ଟ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସୀତାରାମ ସେଠୀ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ବେଳେ ଅଘଟଣ । ଟେଣ୍ଟ ଖସିପଡ଼ିବାରୁ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଫାଇନାଲ ମ୍ୟାଚରେ ଗଜପତି ଜିଲ୍ଲା ଗୁମ୍ମା ସହିତ ବ୍ରହ୍ମପୁର ପାୱାର ସିକ୍ସ ମୁହାଁମୁହିଁ ହୋଇଥିଲେ । ମ୍ୟାଚ ଦେଖିବାକୁ ହଜାର ହଜାର ଦର୍ଶକ ଭିଡ଼ ଜମାଇଥିଲେ ।
ଏହି ସମୟରେ ଟେଣ୍ଟ ଭୁଶୁଡ଼ି ଯିବାରୁ କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା । ପରେ ସ୍ବାଭାବିକ ଭାବେ ଚାଲିଥିଲା ମ୍ୟାଚ। କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ ।
