ଇମ୍ଫା ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାରକୁ କ୍ଷତିପୂରଣ ଦାବି

କଟକ: ଚୌଦ୍ୱାର ଇମ୍ଫା କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ।  ମୃତ ଶ୍ରମିକ ହେଲେ ଵାଣିପଦା ପଂଚାୟତ ଚାଙ୍ଗୁଡ଼ିଆ ଗାଁର ୩୫ ବର୍ଷିୟ ରାକେଶ ମୁଦୁଲି ।  ରାକେଶ କମ୍ପାନୀରେ ଦୀର୍ଘ ୧୦ ବର୍ଷ ହେବ ୱେଲଡିଂ କାର୍ଯ୍ୟ କରୁଥିଲେ ।  ଆଜି ୱେଲଡିଂ କରୁଥିବାବେଳେ ହଠାତ୍ ଟଳିପଡିଥିଲେ ।  ତାଙ୍କୁ ତୁରନ୍ତ ଚୌଦ୍ବାର ଚୁଡାଖିଆ ବଜାରରେ ଥିବା ESI ହସ୍ପିଟାଲ ନିଆଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ମୃତ୍ୟୁ ଖବର ପାଇଁ ହସ୍ପଟାଲରେ ପହଂଚିଛନ୍ତି ପରିବାର ଓ ସମ୍ପର୍କୀୟ ।  ରାକେଶଙ୍କ ମୃତ୍ୟୁର ସଠିକ୍ ତଦନ୍ତ ପାଇଁ ଦାବି ହୋଇଛି ।  ନବବିବାହିତ ରାକେଶଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଇମ୍ଫା ଗେଟ୍ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ଚୌଦ୍ବାର ପୋଲିସ ।

Spread the love