ବଜେଟ ୨୦୨୬-୨୭ : ଶସ୍ତା ହେଲା କ୍ୟାନସର ଔଷଧ, ବିଦେଶରେ ପଢିବା…ଇତ୍ୟାଦି
ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା । ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି । ବଜେଟରେ ଏସବୁ ଜିନିଷ ଶସ୍ତା ହେବ ବୋଲି ଘୋଷଣା କରାଯାଇଛି । ୭ଟି ଦୁଲର୍ଭ ଔଷଧ, ୧୭ଟି କ୍ୟାନସର ଔଷଧ, ମୋବାଇଲ, ବ୍ୟାଟେରୀ, ମାଇକ୍ରୋ ଓଭେନ, ସୋଲାର ସାମଗ୍ରୀ, କପଡା, ଇଭି ବ୍ୟାଟେରୀ, ବିଦେଶରେ ପଢିବା, ଜୋତା ଓ ଚମଡ଼ା, ବାୟୋ ସିଏନଜି ଗ୍ୟାସ୍, ଇତ୍ୟାଦି ।
