ଭୁବନେଶ୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ଯାଜପୁର ନାଭିଗୟାରେ ପିଣ୍ଡଦାନ କରିବେ
ଭୁବନେଶ୍ୱର : ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ଲୋକଭବନରେ ପହଂଚିଛନ୍ତି । ରାତ୍ରି ଭୋଜନ ସହ ରାତ୍ରି ଯାପନ ପାଇଁ ଲୋକ ଭବନରେ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ୬ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦାନ କରିବେ । ଆସନ୍ତାକାଲି ଯାଜପୁର, ବାଲେଶ୍ୱର ଓ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଯାଜପୁର ନାଭିଗୟାରେ ପିଣ୍ଡଦାନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବାଲେଶ୍ବର ଓ ପୁରୀରେ କାରକେଡ ରିହରସାଲ ହୋଇଛି ।
୪ ଓ ୫ ତାରିଖରେ ଜନ୍ମମାଟି ରାଇରଙ୍ଗପୁର ଗସ୍ତ କରିବେ ମହାମହିମ । ସଜେଇ ହେଉଛି ମହାମହିମଙ୍କ ଗାଁ ପାହାଡ଼ପୁର। ୪ ତାରିଖ ଦିନ ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୫ତାରିଖ ଦିନ ନିଜ ଗାଁ ପାହାଡ଼ପୁର ଗସ୍ତ କରିବେ। ନିଜ ଗାଁର ଜାହିରା ପୀଠରେ ପୂଜାର୍ଚ୍ଚନା ପରେ ମୁର୍ମୁ ଛକରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପରେ ସ୍କିଲ ହବ ଏବଂ ଏସଏଲଏସ ସ୍ମାରକୀ ବିଦ୍ୟାଳୟରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଞ୍ଚଳର ଯୁବକ ଯୁବତୀ ମାନଙ୍କ ସହ ଭାବବିନିମୟ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଉତ୍ସାହର ସହ ଅପେକ୍ଷାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ।
