ନବମ ଶ୍ରେଣୀର ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ, ୫ ନାବାଳକ ଅଟକ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳର ଜଣେ ନବମ ଶ୍ରେଣୀର ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ନାବାଳିକା ଝିଅର ୫ ନାବାଳକ ସହପାଠୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ନାବାଳିକାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ନାବାଳିକାଙ୍କ ସମ୍ପର୍କୀୟ ବଲାଙ୍ଗିର ଏସପିଙ୍କୁ ଫେରାଦ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏସପିଙ୍କ ନିର୍ଦେଶକ୍ରମେ ପୋଲିସ ୫ଜଣ ସହପାଠୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରୁଛି । ସ୍କୁଲରେ ଟ୍ୟୁସନ ସରିବା ପରେ ସହପାଠୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Spread the love