କାଲି ଠୁ ବ୍ଲାକସ୍ବାନ ସମ୍ମିଳନୀ, ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ
ଭୁବନେଶ୍ବର : ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମ୍ମିଳନୀ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ ଜାତୀୟ ଓ ବିଶ୍ବସ୍ତରୀୟ ନେତୃତ୍ବ ଯୋଗ ଦେବେ ।
ବିଶ୍ବସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ ଓ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ । ୧୦୦୦ରୁ ଅଧିକ ପ୍ରତିନିଧି ଏଥିରେ ସାମିଲ ହେବେ । ଏହି ସମିଟ୍ ରେ ନିଯୁକ୍ତି, ଚାକିରୀ, ଦକ୍ଷତା ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ ବିଷୟବସ୍ତୁ ଉପରେ ମାନସମନ୍ଥନ ହେବ । ରାଜ୍ୟ ସରକାର ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନଲୋଜି ନେଟୱର୍କ ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ସମିଟ୍ ରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
