ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ
ଯାଜପୁର ରୋଡ୍: ଟ୍ରକ ଧକ୍କାରେ ଜଣେ ମୃତ । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ମୃତ । ମୃତକ ହେଲେ ବାରାଗାଡ଼ିଆ ଗାଁର ରଞ୍ଜିତ ରାଜ । ସେ କଂଗ୍ରେସର ସୁକିନ୍ଦା ବ୍ଲକ ସଭାପତି ଥିବା ଜଣାପଡ଼ିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ଉତ୍ତ୍ଯକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । କୌଣସି କାମରେ ରଞ୍ଜିତ ସ୍କୁଟିରେ ଡ଼ୁବୁରୀ ଛକକୁ ଆସିଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
