ନାବାଳିକାଙ୍କ ସହ ବର୍ବରତା, ୨ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ଘଟଣା ।  ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ ।  ସେମାନେ ହେଲେ ନୀତେଶ ନାୟକ ଓ ସୁଶୀଲ ନାୟକ । ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଅପହରଣ କରି ଜଙ୍ଗଲରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଅଭିଯୁକ୍ତ ।  ଏଥିରେ ନାବାଳିକା ରାଜି ନ ହେବାରୁ ହାତଗୋଡ଼ ବାନ୍ଧି ରଖିଥିଲେ ଅଭିଯୁକ୍ତ ।

ପୋଷାକ ଚିରି ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରି ଭାଇରଲ କରିବାକୁ ଦୁଇ ଅଭିଯୁକ୍ତ ଦେଇଥିଲେ ଧମକ । ପରେ ନାବାଳିକାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ ଅଭିଯୁକ୍ତ । ଜଙ୍ଗଲ ମଧ୍ୟରେ ରାତି କାଟି ବହୁ କଷ୍ଟରେ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ ପୀଡ଼ିତା ନାବାଳିକା ।  ଏ ନେଇ ବେଲଘର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ବେ ବି ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ।

 

Spread the love