SI ନିଯୁକ୍ତି ପରୀକ୍ଷା ମାମଲା, ଆଉ ଜଣେ ଦଲାଲକୁ ଉଠାଇନେଲା ସିବିଆଇ

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଆଉ ଜଣେ ଦଲାଲକୁ ସିବିଆଇ ଉଠାଇ ନେଇଛି । ଦଲାଲ ଜଣକ ହେଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଶାନ୍ତି ନଗର ଇପିଲି.ସୀତାରାମ । ସୀତାରାମ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ତଦନ୍ତରେ ଜଣାପଡିଥିଲା । ସିବିଆଇ ପକ୍ଷରୁ ତାଙ୍କୁ ବାରମ୍ବାର ଡାକରା ହୋଇଥିଲା । ସେ ନ ଆସିବାରୁ ସିବିଆଇ ଶୁକ୍ରବାର ଦଲାଲ ସୀତାରାମକୁ ଉଠାଇ ନେଇ ଜେରା କରୁଥିବା ଜଣାପଡିଛି । ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ତଥା ପଞ୍ଚସଫ୍ଟ ଟେକନଲୋଜିର ମାଲିକ ଶଙ୍କର ପୃଷ୍ଟିର ସେ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି ।

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣଛାଇ ଗାଁର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶ ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ ଅହମଦ ଖାନଙ୍କ ସମେତ ୧୨ରୁ ଉର୍ଦ୍ଧ ଅଭିଯୁକ୍ତକୁ ସିବିଆଇ ଜେରା କରି ବହୁ ତଥ୍ୟ ହାସଲ କରିଥିବା ବେଳେ ପ୍ରୟାୟକ୍ରମେ ଜଣଙ୍କ ପରେ ଜଣଙ୍କୁ ଗିରଫ କରୁଥିବା ଜଣାପଡିଛି । ଏହି ମାମଲାରେ ୧୧୨ଜଣରୁ ଉର୍ଦ୍ଧ୍ବ ଆଶୟୀଙ୍କୁ ପୋଲିସ ଗିରଫ କରିଥିଲା । ଆଶାୟୀଙ୍କୁ ବି ସିବିଆଇ ଜେରା କରି ବହୁ ତଥ୍ୟ ହାସଲ କରିଥିଲା ।

Spread the love