ସୁନା ବ୍ୟବସାୟୀଙ୍କ ଡ୍ରାଇଭରକୁ ଗୁଳିମାଡ଼

ବ୍ରହ୍ମଗିରି : ସୁନା ବ୍ୟବସାୟୀଙ୍କ ଡ୍ରାଇଭରକୁ ଗୁଳିମାଡ଼ । ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ଗୁଳି କରି ଫେରାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମାଲୁଦ ଦାସସାହି ସହିଦ ସୁଦାମ ଷ୍ଟାଚୁ ଛକଠାରେ ଗୁଳିକାଣ୍ଡ ଘଟିଛି । ଗୁରୁତର କର୍ମଚାରୀ ଜଣକ ହେଲେ ପିଣ୍ଟୁ ଦାଶ । ପିଣ୍ଟୁଙ୍କ ଗୋଡ଼ରେ ଗୁଳି ବାଜିଛି ।

ସେ ସୁନା ଦୋକାନୀ ପୂର୍ଣ୍ଣ ପାତ୍ରଙ୍କୁ ଛାଡ଼ିବାକୁ ସ୍କୁଟିରେ ଘରକୁ ଯାଉଥିବା ବେଳେ ଷ୍ଟାଚୁ ନିକଟରେ ୨ ମୁଖାଧାରୀ ଦୁର୍ବୃତ୍ତ ଆସି ଗୁଳିଚାଳନା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରିଛି ।

Spread the love