ପୁଣି ପୁରୀ କୋର୍ଟକୁ ଉଡାଇଦେବାକୁ ଧମକ, ଅଦାଲତର ସମସ୍ତ କାର୍ଯ୍ୟ ବନ୍ଦ
ପୁରୀ : କୋର୍ଟକୁ ପୁଣି ବୋମା ଆତଙ୍କ । ପୁରୀ କୋର୍ଟକୁ ଉଡାଇଦେବାକୁ ମେଲରେ ଆସିଛି ଧମକ । ଫଳରେ ଆଇନଜୀବୀମାନେ ଭୟରେ କୋର୍ଟ ବାହାରକୁ ବାହାରି ଆସିଥିଲେ । ମେଲ୍ ରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରଖିଛି । କୋର୍ଟକୁ ଖାଲି କରି ଖାନତଲାସି ଚାଲିଛି । ଅଦାଲତର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଛି । ମେଲ ଆସିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଗତ ଫେବୃଆରୀ ୬ ତାରିଖରେ ମଧ୍ୟ ପୁରୀ କୋର୍ଟକୁ ବୋମା ଧମକ ମିଳିଥିଲା ।
