ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ପ୍ରୟତ୍ନ ସଂସ୍ଥା ତରଫରୁ ୮ ମାର୍ଚ୍ଚ ତାରିଖରେ ବାଇସିଂ ଗ୍ରାମ ସେବା କେନ୍ଦ୍ରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି କାର୍ୟକ୍ରମଟି ଏସବିଆଇ ଗ୍ରାମ ସେବା ପ୍ରକଳ୍ପ ଅଧୀନରେ ପ୍ରୟତ୍ନ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିଲା। ଏହି ବର୍ଷର ଥିମ୍ ଥିଲା “ସମସ୍ତ ମହିଳା ଓ କନ୍ୟାମାନଙ୍କ ପାଇଁ ଅଧିକାର, ନ୍ୟାୟ ଓ କାର୍ଯ୍ୟ”। ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳାମାନେ ତାଙ୍କର ଅନୁଭବ ଓ ମତାମତ ସେୟାର କରିଥିଲେ। ମହିଳାମାନଙ୍କ ସ୍ୱାବଲମ୍ବନ, ଆର୍ଥିକ ସଶକ୍ତିକରଣ ଓ ଉଦ୍ୟମୀ ଉନ୍ନୟନ ବିଷୟରେ ସଚେତନତା ଜାଗ୍ରୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୁଜନର ପ୍ରୟତ୍ନ ସଂସ୍ଥା ର ପ୍ରୋଗ୍ରାମ ମ୍ୟାନେଜେର କାହୁ ଚରଣ ମଲିକ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ . ଏହି ଅବସରରେ କାର୍ୟକ୍ରମରେ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବିରିମା ମାଝୀ ,ସମିତି ସଭ୍ୟ ମାଣିକ ତାଡିଙ୍ଗ ,ୱାର୍ଡ ମେମ୍ବର ଶ୍ରୀମତୀ ସୁନାମଣି ତାଡିଙ୍ଗ ଏବଂ ସ୍ଥାନୀୟ ଗ୍ରାମବାସୀ, ସ୍ୱୟଂସହାୟତା ଗୋଷ୍ଠୀ (SHG) ସଦସ୍ୟାମାନେ ଓ ଅନ୍ୟାନ୍ୟ ମହିଳାମାନେ ସ୍କୁଲ ଛାତ୍ରୀ ଉପସ୍ଥିତ ଥିଲେ। ମହିଳାମାନଙ୍କ ସଶକ୍ତିକରଣ, ଶିକ୍ଷାର ଭୂମିକା ଅଧିକାର ସଚେତନତା ଓ ସମାଜରେ ସମାନ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା. ପ୍ରୟତ୍ନ ସଂସ୍ଥାର ସିଲେଇ ଶିକ୍ଷାର କାର୍ଯ୍ୟକର୍ମ ମହିଳା ମାନଙ୍କ ପାଇଁ ସହଜ ଓ ଉନ୍ନତ ଶିକ୍ଷା ପ୍ରଣାଳୀ ପ୍ରଦାନ କରୁଅଛି ଯାହାଦ୍ୱାରା ସେମାନେ ଘରୁଇ ଓ ବୃତ୍ତିଗତ ଦାୟିତ୍ୱ ପାଳନ କରିବା ସହିତ ସିଲେଇ ଶିକ୍ଷା ଅର୍ଜନ କରିପାରୁଛନ୍ତି .ଗ୍ରାମାଞ୍ଚଳ ମହିଳା ମାନେ କୌଶଳ ଏବଂ ଆତ୍ମ ନିର୍ଭର ଦିଗରେ ଆଗେଇ ଯାଉଛନ୍ତି .ଏହି କାର୍ଯ୍ୟକର୍ମ ଛାତ୍ରୀମାନଙ୍କୁ ୨୫ଟି ସାଇକେଲ୍ ବଣ୍ଟନ କରାଯାଇଥିଲା, ଯାହା ତାଙ୍କର ଶିକ୍ଷା ଅଗ୍ରଗତି ପାଇଁ ସହାୟକ ହେବ। ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନେ ମହିଳାମାନଙ୍କ ଅଧିକାର ସୁରକ୍ଷା ଓ ସମାନତା ପାଇଁ ଏକାଠି କାମ କରିବାର ସଂକଳ୍ପ ନେଇଥିଲେ.ମହିଳା ମାନଙ୍କୁ ନେଇକି ଝୁଂଟି ପ୍ରତିଯୁଗୀତା ,ଲେମୋନ ସ୍ପୋନ ,ଏବଂ ମୁଜୀକଚି଼ଆର ପ୍ରତିଯୁଗୀତା କରାଯାଇଥିଲା. ବିଜୟି ହୁଇଥିବା ମହିଳା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା .କାର୍ଯ୍ୟକର୍ମ ସଫଳତାର ସହିତ ସମାପ୍ତ ହୋଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀ ଏହାକୁ ଉପକାରୀ ଓ ପ୍ରେରଣାଦାୟକ ବୋଲି ମନେ କରିଥିଲେ।
