ପତାକା ଉତ୍ତୋଳନ ବେଳେ ତ୍ରିରଙ୍ଗା ତଳେ ପଡ଼ିଗଲା

ଆଜି ଦେଶ ପାଳନ କରିଛି 70ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ଏଠାରେ ପତାକା ଉତ୍ତୋଳନ ସମୟରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ‘ତ୍ରିରଙ୍ଗା’ଟି ଛିଣ୍ଡି ତଳେ ପଡ଼ି ଯାଇଥିଲା। 

Spread the love