ଜଳିଗଲା ୫ ବଖରା
ଯାଜପୁର : ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ବଖରା ଘର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଧୀନ ଅଣକା ପଞ୍ଚାୟତ ମହାଦେଈପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଶୋଇଥିବା କାରଣରୁ ନିଆଁ ଗୋଟିଏ ଘରୁ ଆସ୍ତେ ଆସ୍ତେ ଆଉ ତିନିଟି ଘରକୁ ବ୍ୟାପି ଯାଇଥିଲା । ଯାହା ଫଳରେ ୫ ବଖରା ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ରାମର ଚାରି ଜଣଙ୍କର ମୋଟ ୫ ବଖରା ଘର ଜଳିଯିବା ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ସହ ବିଭିନ୍ନ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣା ପଡି ନଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥାଇ ପରେ ବୋଲି ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବା ପରେ କ୍ଷୟକ୍ଷତିର ସଠିକ ତଥ୍ୟ ଜଣାପଡିବ ବୋଲି କୁହାଯାଇଛି ।
