SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

କଟକ: କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଛନ୍ତି ନବୀନ । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏସସିବି ଅଗ୍ନିକାଣ୍ଡ ନେଇ ବିବୃତି ରଖିଛନ୍ତି । କହିଛନ୍ତି ପ୍ରାଶାସନିକ ଅବହେଳା ଯୋଗୁ ଏତେବଡ଼ ଅଘଟଣ ଘଟିଛି । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।

ଘୋଷଣା ହୋଇଥିବା ୨୫ ଲକ୍ଷ ସହାୟତା ରାଶି ଯଥେଷ୍ଟ ନୁହେଁ । ମୃତକଙ୍କ ପରିବାରକୁ ସରକାର ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦିଅନ୍ତୁ । ଗତକାଲି କାଜୁଆଲିଟି ବିଲ୍ଡିଙ୍ଗର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୧ ଜଣଙ୍କ ମୃତ୍ୟୁ ର ସରକାରଙ୍କୁ ଉତ୍ତରଦାୟିତ୍ବ ନେବାକୁ ପଡ଼ିବ । ବିଜେଡି ଶାସନରେ ସମ୍ ହସ୍ପିଟାଲରେ ନିଆଁ ଲାଗିଥିଲା । ତତ୍ କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଉପରକୁ ଦାୟିତ୍ବ ନେଇ ଇସ୍ତଫା ଦେଇଥିଲେ । ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଇଥିଲେ । ଗତକାଲି SCBରେ ଆହତଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ।

Spread the love

Leave a Reply

Your email address will not be published. Required fields are marked *