ପାନ ଓ ଗ୍ରୋସରୀ ଦୋକାନରେ ମିଳୁଛି ଚୋରା ଦେଶୀ ମଦ, ଗତ ୨ ମାସରେ ଗଲାଣି ୬ ଜଣଙ୍କ ଜୀବନ

ଆନନ୍ଦପୁର : ମଦ ନେଉଛି ଜୀବନ, ଚୁପ ବସିଛି ଅବକାରୀ ବିଭାଗ । ୨ମାସରେ ମଦ ନେଲାଣି ୬ ଜୀବନ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅଁରା ଗାଁରେ ମଦ ମୃତ୍ୟୁ ଦେଖିବାକୁ ମିଳିଛି। ଗାଁର ପାନ ଦୋକାନ ଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନ ପର୍ଯ୍ୟନ୍ତ ସବୁଠି ମିଳୁଛି ଚୋରା ଦେଶୀ ମଦ । ଏଠାରୁ ଦେଶୀ ମଦ ପିଇ ଗତ ୨ ମାସ ଭିତରେ ୬ ଜଣଙ୍କ ଜୀବନ ଗଲାଣି । ଯାହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅକାଳରେ ଅନେକଙ୍କ ଜୀବନ ଚାଲି ଯାଉଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ଅନ୍ୟପଟେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଗାଁର ମହିଳା ମଦ ବିକ୍ରିକୁ ବିରୋଧ କରୁଥିବା ବେଳେ ଅବକାରୀ ବିଭାଗର ନୀରବତା ଗାଁରେ ମଦ ବିକ୍ରିକୁ ବଢ଼ାଇବାରେ ଲାଗିଛି । ଗାଁରେ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ଗାଁର ମହିଳା । ଏସବୁରେ ରୋକ ଲଗାଇବାକୁ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

Spread the love

Leave a Reply

Your email address will not be published. Required fields are marked *