ପତ୍ନୀଙ୍କୁ ପ୍ରେମିକ ହାତରେ ଟେକିଦେଲେ ସ୍ୱାମୀ

ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା କୋତୱାଲୀ ଦେହାତ ଅଞ୍ଚଳରୁ ଏକ ଅଜବ ତଥା ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଦୌଲତଗଡ଼ ଗାଁର ବାସିନ୍ଦା ରାଜକୁମାର ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଖୁସିରେ ବିଦା କରିଦେଇଛନ୍ତି । ତେବେ ଏହି ଉଦାରତା ପଛରେ ଏକ ଭୟଙ୍କର ରହସ୍ୟ ଲୁଚି ରହିଥିଲା, ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜକୁମାରଙ୍କ ବିବାହ କିଛି ବର୍ଷ ପୂର୍ବେ ହୋଇଥିଲା ଏବଂ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ମାତ୍ର ବିବାହ ପରଠାରୁ ହିଁ ପତ୍ନୀଙ୍କ ସହ ତାଙ୍କର ମନୋମାଳିନ୍ୟ ଲାଗି ରହୁଥିଲା । ପତ୍ନୀ ବାରମ୍ବାର ଘର ଛାଡ଼ି ଚାଲିଯାଉଥିଲେ । କିନ୍ତୁ ଦିନେ ରାଜକୁମାରଙ୍କ ହାତରେ ପତ୍ନୀଙ୍କ ମୋବାଇଲ୍ ଫୋନ୍ ଲାଗିବା ପରେ ସବୁ ସତ ଜଣା ପଡ଼ିଯାଇଥିଲା । ଫୋନ୍ ଭିତରେ ନିଜ ଫଟୋ ସହ ‘ନୀଳ ଡ୍ରମ୍ ଏବଂ ସିମେଣ୍ଟ’ ଲେଖା ହୋଇଥିବା ଦେଖି ରାଜକୁମାରଙ୍କ ହୋସ୍ ଉଡ଼ିଯାଇଥିଲା । ତାଙ୍କୁ ଲାଗିଲା ଯେପରି ତାଙ୍କୁ ହତ୍ୟା କରି ଡ୍ରମ୍ ଭିତରେ ସିମେଣ୍ଟ ଦେଇ ପୋତିଦେବାକୁ ଯୋଜନା ଚାଲିଛି ।

ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ରାଜକୁମାର କୌଣସି ବିବାଦ ନକରି ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଯିବାକୁ ଅନୁମତି ଦେଇଥିଲେ । ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ସ୍ୱାମୀ ରାଜକୁମାର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ଦିନେ ହଠାତ୍ ପତ୍ନୀଙ୍କ ମୋବାଇଲ୍‌ରେ ଏମିତି କିଛି ଧରାପଡ଼ିଲା, ଯାହା ରାଜକୁମାରଙ୍କ ହୋସ୍ ଉଡ଼ାଇ ଦେଇଥିଲା । ପତ୍ନୀଙ୍କ ମୋବାଇଲ୍ ଗ୍ୟାଲେରୀରେ ଥିଲା ତାଙ୍କ ପ୍ରେମିକ ସହ ଅନେକ ଆପତ୍ତିଜନକ ଫଟୋ । ହେଲେ ସବୁଠାରୁ ଭୟଙ୍କର ଥିଲା ରାଜକୁମାରଙ୍କ ନିଜର ଏକ ଫଟୋ। ଯେଉଁଥିରେ ଲେଖାଥିଲା “ନୀଳ ଡ୍ରମ୍ ଏବଂ ସିମେଣ୍ଟ”।

ସାମ୍ପ୍ରତିକ ସମୟରେ ଏଭଳି ଅନେକ ଆପରାଧିକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମୃତଦେହକୁ ନୀଳ ଡ୍ରମ୍‌ରେ ସିମେଣ୍ଟ ଭର୍ତ୍ତି କରି ଅପରାଧ ଲୁଚାଇବାକୁ ଚେଷ୍ଟା ଲଗାଯାଇଛି । ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସ୍ୱାମୀ ଜଣକ ଭୟଭୀତ ହୋଇପଡ଼ିଥିଲେ । ସେ ଚିନ୍ତା କଲେ କେଉଁଠି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଉନାହିଁ ତ ! ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ବିବାଦର ସମାଧାନ ପାଇଁ ମାମଲା ମିଡିଏସନ୍ ଥାନାରେ ପହଞ୍ଚିଥିଲା । ଶୁଣାଣି ସମୟରେ ପତ୍ନୀ ନିଜ ପ୍ରେମିକଙ୍କ ସହ ଯିବା ପାଇଁ ଜିଦ୍ ଧରି ବସିଲେ । ସ୍ୱାମୀ ରାଜକୁମାର ବିନା କୌଣସି ବିରୋଧରେ ପତ୍ନୀଙ୍କୁ ପ୍ରେମିକଙ୍କ ସହ ଯିବାକୁ ଅନୁମତି ଦେଇଦେଲେ । ରାଜକୁମାର ସ୍ପଷ୍ଟ ଭାବେ କହିଥିଲେ ଯେ, ସେ ସେହି ‘ନୀଳ ଡ୍ରମ୍’ ଏବଂ ‘ସିମେଣ୍ଟ’ ଲେଖାଥିବା କ୍ୟାପସନ୍ ଯୋଗୁଁ ଆତଙ୍କିତ ଅଛନ୍ତି । ମିଡିଏସନ୍ ଥାନାରେ ଉପସ୍ଥିତ ଥିବା ଅଧିକାରୀ ଏବଂ ଲୋକମାନେ ସେତେବେଳେ ଚକିତ ହୋଇଗଲେ, ଯେତେବେଳେ ସ୍ୱାମୀ ନିଜ ପତ୍ନୀଙ୍କୁ ପ୍ରେମିକ ସହ ବିଦା କରିବା କଥା କହିଥିଲେ । କାରଣ ପତ୍ନୀ ପ୍ରେମିକ ସହ ଯିବାକୁ ଜିଦ୍ ଧରିଥିଲେ। ସାଧାରଣତଃ ଏଭଳି ସ୍ଥିତିରେ ସ୍ୱାମୀମାନେ ବିରୋଧ କରନ୍ତି, କିନ୍ତୁ ରାଜକୁମାର ତୁରନ୍ତ ରାଜି ହୋଇଗଲେ। ସେ କହିଲେ, “ମୁଁ ମରିବାକୁ ଚାହେନାହିଁ, ସେ ଖୁସିରେ ଯାଉ, ବସ୍ ମତେ ସେହି ନୀଳ ଡ୍ରମ୍‌ରୁ ରକ୍ଷା କରନ୍ତୁ ।”

Spread the love