ପୁଣି ବାଲେଶ୍ବରରେ ଫୁଟିଲା ଗୁଳି, ୨ ଯୁବକ ଗୁରୁତର

ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର । ବାଲେଶ୍ଵର ଅରଡ଼ବଜାର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି ଅପରାଧୀ । ଗୁରୁତର ହେଲେ ମନୋଜ କୁମାର ଦାସ ଓରଫ ଗେଡୁ ଓ କାର୍ତ୍ତିକ ପ୍ରସାଦ ଓରଫ ମୁନା । ଜଣକ ବାମ ହାତ ଓ ଆଉ ଜଣକ ପିଠିରେ ଗୁଳି ବାଜିଛି। ସହଦେଵ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଫକୀର ମୋହନ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଝାରସୁଗୁଡା ସହରରେ ଫୁଟିଥିଲା ଗୁଳି । ଜଣେ ମହିଳା ଆହତ ହୋଇଥିଲେ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଥିଲା। ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଥିଲା । ବାଇକରେ ଆସି ଜଣେ ବ୍ୟକ୍ତି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା ଝାରସୁଗୁଡା ଟାଉନ ପୋଲିସ ।

Spread the love