ପାଣି ପାଇଁ ହାହାକାର : ହାଣ୍ଡି, ମାଠିଆ ଧରି ବ୍ଲକରେ ପ୍ରତିବାଦ

ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଭଳିଆ ଟଙ୍କା ଖର୍ଚ୍ଚ ହେଉଛି । ହେଲେ, ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଉପାନ୍ତ ନୁହେଁ ନଦୀ ନାଳ ଘେରା ଉପକୂଳ ଅଂଚଳ କେନ୍ଦ୍ରାପଡା ଜିଲ୍ଲା ଓସ୍ତପୁର ପଂଚାୟତରେ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।

ଉଦୁ ଉଦିଆ ଖରାରେ, ହଜାର ହଜାର ଲୋକ ପାନୀୟ ଜଳ ପାଇଁ ଡହଳ ବିକଳ । ପ୍ରତିବାଦରେ ହାଣ୍ଡି ମାଠିଆ ଧରି କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ପ୍ରତିବାଦ । ତୁରନ୍ତ ପିଇବା ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୂର୍ ପଞ୍ଚାୟତର ଲୋକେ । ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି, କୋଟି କୋଟି ଟଙ୍କା। ପାଣି ପାଇପ ଲାଇନ ବିଛା ଯାଇଛି। କିନ୍ତୁ ଲୋକଙ୍କ ପାଖରେ ପହଞ୍ଚୁନି ପାଣି। ନଳକୂପ ଅଚଳ। ସାହାରା ପାଲଟିଛି ଅଳିଆ ଆବର୍ଜନା ଭର୍ତି ଗୋବରୀ ନଦୀର ଅତି ଦୂଷିତ ପାଣି। ଯେଉଁଠି ଲୋକେ ଗାଧୋଉଛନ୍ତି ସେହି ପାଣିକୁ ପିଉଛନ୍ତି। ପିଇବା ଯୋଗ୍ୟ ହୋଇନଥିଳେ ବି ବାଧ୍ୟ ହୋଇ ପିଉଛନ୍ତି ଦେପୂର୍, କଦଳୀ ବାଡି, ଚୋକଡା ବାରଂଗର ୨୦୦୦ ରୁ ଉର୍ଦ୍ଧ ଲୋକ ।  ଜିଲ୍ଲାର ବହୁ ଗାଁର ଅବସ୍ଥା ସମାନ। ଅଧିକାଂଶ ମେଗା ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଥିବାରୁ ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।

Spread the love