ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ମାଉସୀ ମା ଛକରେ ପହଞ୍ଚିଲା ରୁକୁଣା ରଥ

ରାମନବମୀର ପବିତ୍ର ତିଥିରେ ରଥକାଠ ଚିରଟ ଅନୁକୂଳ ହୋଇଛି । ଏଥିପାଇଁ ମାଳ ମାହାର୍ଦ୍ଧ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କଟକ ଖପୁରିଆ ଅଭିମୁଖେ ୫ଜଣିଆ ପ୍ରତିନିଧି ଦଳ ଯାଇଛନ୍ତି । ଅନ୍ୟପଟରେ ଆଜିର ତିଥିରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ ମହାପ୍ରସାଦ ନେଇ ଏକ ପାଞ୍ଚଜଣିଆ ଟିମ୍‌ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆସ୍ଥିତ କରତ କଳରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି।

ସେପଟେ ଆଜିଠାରୁ ଶ୍ରୀକ୍ଷେତ୍ରର ସାହିଯାତ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦକ୍ଷିଣୀ ଘର ଭୋଗ ସାରି ଶ୍ରୀରାମଚନ୍ଦ୍ର ବିଗ୍ରହଙ୍କୁ ମହାଜନ ସେବକ ମାନେ ରତ୍ନ ସିଂହାସନରେ ବିଜେ କରାଇଥିଲେ। ଗଣ୍ଡମାଳ ଯାଗାରୁ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ଋଷ୍ୟଶୃଙ୍ଗ ବାହାରି ଶ୍ରୀମନ୍ଦିରକୁ ଯାଇଥିଲେ । ପରେ ରଥରେ ବସି ସାହି ପରିକ୍ରମା କରିଥିଲେ । ଏଣେ ଶ୍ରୀମନ୍ଦିରରେ ମହାଜନ ସେବକଙ୍କ ପକ୍ଷରୁ ଦୁଇଜଣ ଦଶରଥ ଓ କୌଶଲ୍ୟା ଭୂମିକାରେ ଅଭିନୟ କରିଥିଲେ । ମହାସୁଆର ଜୟ ବିଜୟ ଦ୍ବାରଠାରେ ଚରୁଭାତ ମଣୋହି କରିଥିଲେ । ସେଇ ଚରୁଅନ୍ନ କାଳିକାଦେବୀ ସାହି ମେଳ ଗ୍ରହଣ କରିବା ପରେ ସାହିଯାତର ରାମ ଜନ୍ମଲୀଳା ଆରମ୍ଭ ହୋଇଥିଲା । ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତର ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ କାଳିକାଦେବୀ ସାହିରୁ ରାମଲକ୍ଷ୍ମଣ ବେଶରେ ସଜ୍ଜିତ ହୋଇ ପହଞ୍ଚିଛନ୍ତି ସାହି ଭେଣ୍ଡିଆ ।

Spread the love