ସ୍ୱାଧୀନତାର ୭୮ ବର୍ଷ ପରେ ଅପେକ୍ଷାର ହେଲା ଅନ୍ତ, ନୈନିତାଲ ଗ୍ୱାଲ ଗାଁରେ ପହଂଚିଲା ବିଜୁଳି
ସ୍ୱାଧୀନତାର ୭୮ ବର୍ଷ ପରେ ନୈନିତାଲ ବିଧାନସଭା କ୍ଷେତ୍ର ଗ୍ୱାଲ ଦେବରେ ବିଜୁଳି ପହଂଚିବା ପରେ ଲୋକଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି । ଦୀର୍ଘ ବର୍ଷ ଧରି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ପାଇଁ ଏହା ସ୍ୱପ୍ନ ଠାରୁ କମ୍ ନୁହେଁ । ଏହି କାର୍ଯ୍ୟ ବିଜେପିର ପୂର୍ବ ପ୍ରଦେଶ ମନ୍ତ୍ରୀ ରାକେଶ ନୈନିବାଲଙ୍କ ପୟାସରେ ହୋଇପାରିଛି । ସେ ସାଂସଦ ଅଜୟ ଭଟ୍ଟଙ୍କ ମାଧ୍ୟମରେ ସାଂସଦ ପାଣ୍ଠିରୁ ଏହି ଗାଁକୁ ବିଜୁଳି ପହଂଚାଇବାର କାର୍ଯ୍ୟ କରିଛନ୍ତି ।କଠିନ ଭୌଗଳିକ ପରିସ୍ଥିିତି ମଧ୍ୟରେ ବିଜୁଳି ବିଭାଗର ଟିମ ପାହାଡ଼ ଉପରେ ଅଢ଼େଇ କିଲୋମିଟର ତାର ବିଛାିବା ଗାଁକୁ ବିଦ୍ୟୁତ୍ ସଂଯୋଗ ଦେବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ରାକେଶ ନୈନିବାଲ କହିଛନ୍ତି କି, ସେ ସଂକଳ୍ପ କରିଥିଲେ ବିଜୁଳି ପହଂଚିବା ପରେ ସେ ଗାଁକୁ ଯାଇ ଲୋକମାନଙ୍କ ସହ ମିଶିବେ, ଯାହା ସେ ଆଜି ପୂରା କରିଛନ୍ତି ।
ବିଜୁଳି ବତି ଜଳିବା ପରେ ଗାଁର ସବୁ ଲୋକ ଉତ୍ସବ ମନାଇଛନ୍ତି । ଏହିକ୍ରମରେ ରାକେଶ ନୈନିବାଲ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି କି, ଖୁବଶୀଘ୍ର ଗାଁକୁ ପିଚୁ ସଡ଼କ ନିର୍ମାଣ କରାଯିବ ।
