ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଯାଜପୁର: ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୭ ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଅଗ୍ନିକାଣ୍ଡ ଘଟିଥିଲା ।  ୭ଟି ଦୋକାନ ଘର ଜଳି ଯାଇଛି। ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଏକ ଜଳଖିଆ ଦୋକାନ, ଚପଲ ଦୋକାନ, ସାଇକେଲ ଦୋକାନ, ଗଦି ଏବଂ ଲସି ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ୭ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କଟକ ଲିଙ୍କରୋଡ LIC ଅଫିସରେ ଅଗ୍ନିକାଣ୍ଡ ଘଟିଥିଲା । LIC ଅଫିସରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

Spread the love