ସାରା ବିଶ୍ୱ ଦେଖୁଛି ଭାରତୀୟ ସେନାର ବୀରତ୍ୱ

 ଅଦ୍ଭୁତ ସୁରକ୍ଷା ବଳୟରେ ଦିଲ୍ଲୀ ରାଜପଥରେ ଚାଲିଛି ୭୦ତମ ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍‌। ସବୁଠି ଉତ୍ସାହ-ଉଦ୍ଦୀପନା। ବୀର ଦର୍ପରେ ପରାକ୍ରମ ପ୍ରଦର୍ଶନ କରୁଛି ଭାରତୀୟ ସେନା। ପରେଡରେ ରହିଛି ଭାରତୀୟ ସେନାର ଆତ୍ମନିର୍ଭରଶୀଳତା, ବିବିଧ ସାଂସ୍କୃତିକ ଓ ସାମାଜିକ ପରମ୍ପରା।

ଉପସ୍ଥିତ ଅଛନ୍ତି ସ୍ୱତନ୍ତ୍ର ଅତିଥି ତଥା ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍‌ ରାମଫୋସା। ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛନ୍ତି। ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ଏହି ଅବସରରେ ଭାରତୀୟ ଯବାନମାନେ ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସେନାର ବୀରତ୍ୱ ସଭିଙ୍କୁ ଅଭିଭୂତ କରିଛି

Spread the love