୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଆସୁଛି ଲଘୁଚାପ । ୩ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଦୁର୍ବଳ ଲଘୁଚାପ ପ୍ରଭାବରେ ଅଗଷ୍ଟରେ ରାଜ୍ୟରେ ବର୍ଷା କମିଛି । ବଢ଼ିଛି ତାତି ଓ ଗୁଳୁଗୁଳି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆହୁରି ୪୮ ଘଣ୍ଟା ଅନୁଭୂତ ହେବ ଗୁଳୁଗୁଳି। ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରେକର୍ଡ ହେଉଛି । ଆର୍ଦ୍ରତା ଦିନ ତମାମ ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗିରହୁଛି । ଯେ ପର୍ଯ୍ୟନ୍ତ ବର୍ଷା ନହୋଇଛି ସେପର୍ଯ୍ୟନ୍ତ ଏମିତି ପାଗ ଲାଗି ରହିବ ବୋଲି ସୂଚାଇଛି ପାଣିପାଗ ବିଭାଗ ।

Spread the love