ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଭକ୍ତ ଦାନ କଲେ ଅତ୍ୟାଧୁନିକ ମୂଷା ମରା ମେସିନ୍, ହେଲେ ବିରୋଧ କରୁଛନ୍ତି କିଛି ସେବାୟତ

ମୂଷା ଯୋଗୁ ଶ୍ରୀମନ୍ଦିରରେ ପାଲା। ଶ୍ରୀମନ୍ଦିରରେ ଶୋଇବାରେ ଶ୍ରୀଜିଉଙ୍କୁ ହେବ ଅସୁବିଧା। ମୂଷା ଧରା ମେସିନରୁ ଆସୁଥିବା ବିପ ଶବ୍ଦ ଯୋଗୁଁ ମହାପ୍ରଭୁଙ୍କ ନିଦ୍ରାରେ ସୃଷ୍ଚି ହୋଇପାରେ ବ୍ଯାଘାତ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ। କଳାଠାକୁରଙ୍କ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ। କାହିଁକି ନା ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା କରୁଛନ୍ତି ଉତ୍ପାତ। ଆଉ ମୂଷାଙ୍କ ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଶ୍ରଦ୍ଧାଳୁ ଦାନ କରିଛନ୍ତି ଅତ୍ୟାଧୁନିକ ମୂଷା ମରା ମେସିନ। ଯାହାର ନାମ ରହିଛି “ଆର୍ଥ ଇନୋଭେସନ “। ପରୀକ୍ଷାମୂଳକ ଭାବେ ପ୍ରଶାସନିକ କାର୍ଯ୍ଯଳୟରେ ଏହାକୁ ଲଗାଯାଇଛି। ତେବେ ଏହି ମେସିନ୍‌ ରୁ ଏକ ଶବ୍ଦ ବାହାରୁଥିବାରୁ ଠାକୁରଙ୍କ ଶୟନରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି ।

ସେପଟେ ମହାପ୍ରଭୁଙ୍କ ଶୟନ ସମୟରେ ଜୟ ବିଜୟ ଦ୍ୱାର ଠାରୁ ଗର୍ଭଗୃହ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିବା ସହ ସମ୍ପୂର୍ଣ ପରିବେଶ ନିସ୍ତବ୍ଦ ରହିବାର ବିଧି ରହିଛି। ତେଣୁ ମେସିନରୁ ଶବ୍ଦ ବାହାରୁଥିବାରୁ କିଛି ସେବାୟତ ଏହି ମେସିନକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଏହି ମେସିନ୍‌ ରୁ ବାହୁରୁଥିବା ଶବ୍ଦ ଯୋଗୁଁ ଏହା ଉପଯୋଗୀ ହୋଇପାରିବ ନାହିଁ। ମିଳିଥିବା ମେସିନ ଶ୍ରୀମନ୍ଦିର ପରିସରସ୍ଥିତ ଗାରଦ କାର୍ଯ୍ଯାଳୟରେ ରଖାଯାଇଛି। ଅନ୍ଯପଟେ ମୂଷାର ନିରାକରଣ ପାଇଁ ପାରମ୍ପରିକ ପଦ୍ଧତିରେ ଜନ୍ତା ଓ ଗୁଡ ହାଣ୍ଡି ଶ୍ରୀମନ୍ଦିର ଭିତରେ ରଖାଯାଉଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ କହିଛନ୍ତି।

ତେବେ ଶ୍ରୀମନ୍ଦିରରେ ମୂଷାଙ୍କୁ ଆୟତ୍ତ କରିଵା ପାଇଁ ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ପାରମ୍ପରିକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଏହି ଅତ୍ୟାଧୁନିକ ଯନ୍ତା ମୂଷାର ନିପାତରେ ବ୍ୟବହାର କରାଯାଉଛି କି ନାହିଁ ତାଉପରେ ଏବେ ସମସ୍ତଙ୍କ ନଜର ।

Spread the love