ପାହାଡ଼ରୁ ଖସିଲା ପଥର, ଅଳ୍ପକେ ବର୍ତ୍ତିଲା ଟ୍ରେନ୍‌

ବଇଣ୍ଡା: ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ବଇଣ୍ଡା ଷ୍ଟେସନ୍‌ଠାରୁ ପ୍ରାୟ ୧ କି.ମି ଦୂର​ରେ ପାହାଡ଼ରୁ ଏକ ବଡ଼ ପଥର ଟ୍ରେନ୍‌ ଲାଇନ୍ ଉପରକୁ ଖସି ପଡ଼ିଥିଲା। ଏହି ସମୟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଇଞ୍ଜିନ୍‌ ସମ୍ବଲପୁର ଆଡ଼ୁ ଅନୁଗୁଳ ଅଭିମୁଖେ ଆସୁଥିଲା। ବଇଣ୍ଡା ଷ୍ଟେସନ୍ ଆଗକୁ ୧କି.ମି ଦୂରରେ ଥିଲା। ବିରାଟ ପଥର ଖଣ୍ଡ ଇଞ୍ଜିନ୍‌ ଆଗରେ ଖସି ପଡ଼ିଥିଲା। ଇଞ୍ଜିନ୍‌ ଧୀରେଧୀରେ ଆସୁଥିବାରୁ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ତେବେ ପଥର ​ଟ୍ରେନ୍‌ ଲାଇନ୍‌କୁ ଲାଗି ପଡ଼ିଥିବାରୁ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଦୁଇଟି ଟ୍ରେନ୍‌ ଲାଇନ୍‌ରୁ ଗୋଟିଏ ଲାଇନ୍‌ରେ ଏବେ ​ଟ୍ରେନ୍‌ ଚଳାଚଳ କରୁଛି। ସଂଧ୍ୟା ସୁଦ୍ଧା ଟ୍ରେନ୍ ଲାଇନ୍‌ରୁ ପଥର ହଟାଯାଇ ଥିବା ବଇଣ୍ଡା ଷ୍ଟେସନ୍‌ ମାଷ୍ଟରଙ୍କଠାରୁ ସୂଚନା ମିଳିଛି।

Spread the love