ପ୍ରଚାରବେଳେ କାନ୍ଦିଲେ ଜୟପ୍ରଦା, ଭିଡିଓ ହେଲା ଭାଇରାଲ

ବିଜେପିରେ ଯୋଗଦେଇଥିବା  ବଲିଉଡ ଅଭିନେତ୍ରୀ ଜୟପ୍ରଦା ଏକ ପ୍ରଚାର କାର୍ଯ୍ୟକ୍ରମରେ କାନ୍ଦି  ପକାଇଥିବା ଦେଖିବାକୁ ମିଳିଛି ।  ଏହି ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହେବାରେ ଲାଗିଛି ।  ପ୍ରକାଶା ତାଉକି, ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନ ପାଇଁ ଏକ ରାଲିରେ ଉଦବୋଧନ ଦେବା ବେଳେ କାନ୍ଦି ପକାଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦା। ତାଙ୍କର ରାମପୁର ଆସନ ଛାଡ଼ିବାକୁ ଇଚ୍ଛା ନଥିଲା ହେଲେ ଏସିଡ଼ ଆକ୍ରମଣ କରିବା ପାଇଁ ପ୍ରୟାସ କରାଯିବା ପରେ ରାମପୁର ଆସନ ଛାଡ଼ିଥିଲେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଜୟା । ତେବେ ଏହି ଏସିଡ଼୍ ଆକ୍ରମଣ ପଛରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଥିଲେ ବୋଲି ସେ କହିଛନ୍ତି।

Embedded video

ANI UP

@ANINewsUP

: BJP candidate for from Rampur, Jaya Prada, breaks down while addressing a public rally; says, “Mai Rampur nahi chhodna chahti thi…Mai Rampur isliye chhod gayi, kyonki mujhe us din tezab se attack karne ke liye socha tha, mere upar hamla kiya tha”

203 people are talking about this

ଜୟାପ୍ରଦା ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନରୁ 2004 ଏବଂ 2009ରେ ସମାଜବାଦୀ ପାର୍ଟିରୁ ଜିତିଥିଲେ। 2014 ରେ ସପା ଛାଡ଼ିବା ପରେ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି)ରୁ ବିନଜୋର ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଆଜମ ଖାନ ସମାଜବାଦୀ ପାର୍ଟିର ନେତା ହୋଇଥିଲେ ମଧ୍ୟ ଅମର ସିଂହଙ୍କ ଗୋଷ୍ଠୀରେ ଥିଲେ। ସୂଚନାଯୋଗ୍ୟ ଜୟାପ୍ରଦା ବୁଧବାର ଦିନ ନାମାଙ୍କନ ଭରିଛନ୍ତି।

ନାମାଙ୍କନ ଭରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଚଳିତଥର ନିର୍ବାଚନୀ ମଇଦାନରେ ପ୍ରଥମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ପରସ୍ପରର ବିରୋଧୀ ଆଜମ ଖାନ ଓ ଜୟା ପ୍ରଦା। ପୂର୍ବରୁ ଆଜାମ ଖାନ ଜୟା ପ୍ରଦାଙ୍କ ଉପରେ ବ୍ୟକ୍ତିଗତ ସ୍ତରରେ ବିବାଦିତ ବୟାନ ଦେଇଥିଲେ। ଜୟାଙ୍କୁ ‘ନାଚ ବାଲି’ ବୋଲି କମେଣ୍ଟ କରିଥିଲେ। ଏହାପରେ ଜୟାପ୍ରଦାଙ୍କ ଫିଲ୍ନର କିଛି ଦୃଶ୍ୟକୁ (ସମାଜ ପାଇଁ ବିବାଦିତ ଫଟୋ ଓ ଭିଡ଼ିଓ) ସିଡି କ୍ୟାସେଟ ଜରିଆରେ ଆଜମ ଖାନ ବାଣ୍ଟିଥିଲେ।

Spread the love