ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଠକେଇ ଅଭିଯୋଗ

କଟକ: ବଡ଼ ଖବର ‌ନ୍ୟୁଜ୍ ଚ୍ୟାନେଲର‌ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ସିଂ ଚାୱଲା ତାଙ୍କ ବିରୋଧରେ ସାଂଘାତିକ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଛନ୍ତି।ଗଗନଦୀପଙ୍କ କହିବା କଥା, ଚୁକ୍ତି ମୁତାବକ ସେ ୨୦୨୦ରେ ବଡ଼ ଖବର ଚ୍ୟାନେଲ ପାଇଁ ବୈଦ୍ୟୁତିକ ସରଞ୍ଜାମ ଯୋଗାଇ ଦେଇଥିଲେ। କିନ୍ତୁ ଅର୍ଦ୍ଧେନ୍ଦୁ ମାତ୍ର ୧୦ ଲକ୍ଷ ଟଙ୍କା ଦେଇ ଅବଶିଷ୍ଟ ‌ପ୍ରାୟ ୯୨ ଲକ୍ଷରୁ ଅଧିକ ଟଙ୍କା ତାଙ୍କୁ ଦେବା ବଦଳରେ ବିଭିନ୍ନ ଆଳରେ ତାଙ୍କୁ ଆଜି କାଲି କହି ଏଯାଏଁ ଠକି‌ ଆସୁଛନ୍ତି। ସେପଟେ ଏନେଇ ଉଭୟ କ୍ରାଇମବ୍ରାଞ୍ଚ୍ ଓ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା ଆମର‌ ହସ୍ତଗତ ହୋଇପାରିନାହିଁ। ତେବେ ପ୍ରକୃତରେ ଅଭିଯୋଗର କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ।

Spread the love