ଅସୁସ୍ଥତା କାରଣରୁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ଅସୁସ୍ଥତା କାରଣରୁ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଯାଇଛି। ଶାହା ଆସନ୍ତାକାଲି ଓଡ଼ିଶା ଆସିବାର ଥିଲା।  ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।   ଶାହ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି।

ଏମ୍‌ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଅମିତ ଶାହା ଟ୍ୱିଟ୍‌ କରି ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଲେଖିଥିଲେ,“ମୋତେ ସ୍ୱାଇନ୍‌ ଫ୍ଲୁ ହୋଇଛି। ଏବେ ଚିକିତ୍ସା ଚାଲିଛି। ଈଶ୍ୱରଙ୍କ କୃପା ଓ ଆପଣମାନଙ୍କ ଆର୍ଶୀବାଦରେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି।” ମିଳିଥିବା ସୂଚନା ଅନୁଯାୟୀ, ଶାହଙ୍କୁ ଏମ୍‌ସର 301 ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଗତକାଲି ସେ ପ୍ରଥମେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ରାତି ପ୍ରାୟ 9ଟା ବେଳେ ଏମ୍‌ସକୁ ନିଆଯାଇଥିଲା।

Spread the love