Skip to content
Saturday, July 25, 2026
Latest:
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ୱାଙ୍ଗଚୁକ କହିଲେ– “ଏହା ଗଣତନ୍ତ୍ରର ବିଜୟ
  • Bhubaneswar-Puri NH Jam: ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି
  • V.K. Pandian : ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍
  • ଲଘୁଚାପ ପ୍ରଭାବବେର ଭୀଷଣ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • କୌଣସି ଗୁଣରେ କମ୍ ନୁହେଁ ଏହି ଫଳ, ଦୂର କରେ ଅନେକ ରୋଗ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କଲେ ଅନୁଭବ

June 3, 2022 Satya anubhav-mohanty-deposit-money-from-varsha-priyadarshini-account, state

କଟକ:  ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେଅନୁଭବ ମହାନ୍ତି  । କଟକ ଏସଡିଜେଏମ ଅଦାଲତଙ୍କ  ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି । ଟଙ୍କା ଜମା କରିବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି । କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ।

ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟ ରେ ୩୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।ଅନୁଭବ ଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କ ରହଣି ପାଇଁ ଏହି ୩୦ ହଜାର ଟଙ୍କା ଜମା କରିବାକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ  । ଅନୁଭବ ପିଟିସନରେ ଉଲ୍ଲେଖ କରିଥିଲେ ଯେ,   ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ସମ୍ପତ୍ତି ପରିତ୍ୟାଗ କରନ୍ତୁ  । ଅର୍ଥାତ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡି ଭଡ଼ା ଘରେ ରହିବାକୁ ନିବେଦନ କରିଥିଲେ  ।

ତେବେ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ  । ଏବଂ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଚଳିବା ପାଇଁ ପ୍ରଦାନ କରିବା ନିମନ୍ତେ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ପ୍ରଥମ ମାସିକ ଟଙ୍କା ପୈଠ କରିବାର ଦୁଇ ମାସ ମଧ୍ୟରେ  ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦେଶ ରହିଛି। ତେବେ ଅନୁଭବ ମହାନ୍ତି ଆଜି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଅଗ୍ରୀମ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି  ।

Post Views: 243
Spread the love
  • ← ନବୀନ ଜଣାଇଲେ ଧନ୍ୟବାଦ, ବାଜି ଜିତିଲେ ଅଳକା
  • କର୍ଣ୍ଣେଲ ରବି ନାରାୟଣ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ →

ADVT

Recent Posts

  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ୱାଙ୍ଗଚୁକ କହିଲେ– “ଏହା ଗଣତନ୍ତ୍ରର ବିଜୟ July 25, 2026
  • Bhubaneswar-Puri NH Jam: ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି July 25, 2026
  • V.K. Pandian : ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍ July 25, 2026
  • ଲଘୁଚାପ ପ୍ରଭାବବେର ଭୀଷଣ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି July 25, 2026
  • କୌଣସି ଗୁଣରେ କମ୍ ନୁହେଁ ଏହି ଫଳ, ଦୂର କରେ ଅନେକ ରୋଗ July 25, 2026

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031  
« Jun    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.