ଅଗଷ୍ଟ ୨୩ରୁ ପିଜି ଏକକ ପରୀକ୍ଷା

ଭୁବନେଶ୍ୱର, ୨୩/୦୭: ଆସନ୍ତା ଅଗଷ୍ଟ ୨୩ରୁ ରାଜ୍ୟରେ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ ।  ଅକ୍ଟୋବର ୧୫ ସୁଦ୍ଧା ପିଜି ନାମଲେଖା ଆରମ୍ଭ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

ତେବେ ଚଳିତବର୍ଷ ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୧୯ସୁଦ୍ଧା ଆରମ୍ଭ ହେବ । ଯାହାର ଫଳାଫଳ ସେପ୍ଟେମ୍ବର ୨୭ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ । 

Spread the love