ଭୁବନେଶ୍ବରରେ ଛାତ୍ରୋଂ କି ଗୁଞ୍ଜ – Gen Z Eve
ଭୁବନେଶ୍ବର: ଲୋକସଭା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ NEET ପ୍ରଶ୍ନପତ୍ର leak ମାମଲାକୁ ବହୁତ୍ ଗମ୍ଭୀରତା ସହ ନେଇଛନ୍ତି। ଛାତ୍ର ଓ ଯୁବକ ମାନଙ୍କ ଭାବିଷ୍ୟତକୁ ଆଖି ଆଗରେ ରଖି ସାରା ଦେଶରେ Chaatron Ki Goonj କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ (NSUI) ତରଫରୁ ପୂର୍ବତନ ଛାତ୍ର ସଭାପତି ଉଦିତ୍ ପ୍ରଧାନ ଙ୍କ ନେତୃତ୍ୱରେ ରବି ଟକିଜ ଛକସ୍ଥିତ ଲତିକା କନଭେନସନ୍ ଠାରେ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୋଂ କି ଗୁଞ୍ଜର ଓଡ଼ିଶା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମର ବିଶେସ୍ଵତ୍ତା , ଯୁବକ – ଛାତ୍ରମାନେ ଏଥିରେ କିପରି ଯୋଡ଼ିହେବେ ଏବଂ ଏହି କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ଙ୍କ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି *ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ* କହିଥିଲେ ଯେ ବର୍ତ୍ତମାନ ଦେଶର ଶିକ୍ଷ୍ୟା ବ୍ୟବସ୍ଥା ବିପର୍ଯ୍ୟସ୍ତ।ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେବାଯୋଗୁଁ ଛାତ୍ର ଓ ଯୁବକ ମାନଙ୍କ ଭବିଷ୍ୟତ ଅନ୍ଧକାର। ଏଥିପାଇଁ ଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଦିବା ରାତ୍ରୀ ସଂଘର୍ଷ ଜାରି ରଖିଛନ୍ତି।ଆଗାମୀ ଦିନରେ ଏହି ଭଳି Chaatron Ki Goonj ସମାବେଶ ରାଜ୍ୟରେ ବିଭିନ୍ନ ଜାଗାରେ ଅନୁଷ୍ଠିତ ହେବ । ଦେଶରେ ଏକ ବଡ଼ ଧରଣର ଛାତ୍ର ବିପ୍ଳବ ହେବାକୁ ଯାଉଛି।
ପୂର୍ବତନ ଛାତ୍ର ସଭାପତି ଉଦିତ ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ ଯେ ବାରମ୍ବାର NEET ପ୍ରଶ୍ନପତ୍ର ଲିକ୍ ଯୋଗୁଁ ସାରା ଦେଶ ରେ ୨୧ ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଛନ୍ତି। ନା ସରକାରଙ୍କ ପାଖେ କୌଣସି ଉତ୍ତର ଅଛି ନା ଶିକ୍ଷ୍ୟା ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ଅଛି। ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ। ଛାତ୍ରୋଂ କି ଗୁଞ୍ଜ ମାଧ୍ୟମରେ ସାରା ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀ ସରକାରଙ୍କୁ ଆଜି ଜବାବ ମାଗୁଛନ୍ତି। ଇନଫ୍ଲୁଏନ୍ସର ମିଷ୍ଟର ରାଉତ – ଆକାଶ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୃଥିବୀ ବଲ୍ଲଭ ପଟ୍ଟନାୟକ,ବିଶ୍ୱଜିତ୍ ଦାଶ,ଜାନକୀ ବଲ୍ଲଭ ପଟ୍ଟନାୟକ,ଆଲୋକ ମହାନ୍ତି, ଦେବୀପ୍ରସାଦ ନାୟକ, ଆଶିଷ ମଲ୍ଲିକ,ପ୍ରଶାନ୍ତ ଚମ୍ପତି,ବିଶ୍ଵ ଦାସ,ମାନସ କର,ସତ୍ୟବ୍ରତ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ସନ୍ତୋଷ ପ୍ରଧାନ, ଶିବ ରଞ୍ଜନ ସାହୁ,ସୌମେନ୍ଦ୍ର ମହାନ୍ତି, ସୂର୍ଯ୍ୟକାନ୍ତ ଜେନା,ମାନସ ସେଠୀ, ଚଣ୍ଡୀ ପ୍ରସାଦ ମହାପାତ୍ର,ଆଦିତ୍ୟ ଅଂଶୁମାନ ପାତ୍ର,ବିଶ୍ଵ ବିଜୟ ସିଂହ, ସୌମ୍ୟ ରଂଜନ ଲେଙ୍କା, ଦିପାଂଶୁ ଧଳ, ଭି ଶୁଭମ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପାରିଚାଳନା କରିଥିଲେ।
