ଦୁର୍ଗାପୂଜାରେ ସତର୍କତା ବାର୍ତ୍ତା ସହ ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର, ୦୨/୧୦: ଦୁର୍ଗାପୂଜାରେ ବୁଲିବାକୁ ଯିବା ପୂର୍ବରୁ ସତର୍କତା ବାର୍ତ୍ତା ଜାରି କରିଛନ୍ତି ଭୁବନେଶ୍ୱର ଡିସିପି । ପୂଜା ଦେଖିବାକୁ ବାହାରକୁ ବାହାରିଲେ ଘରେ କାହାକୁ ରଖିକି ଆସନ୍ତୁ । ପୂଜା ଛୁଟିରେ ବାହାରକୁ ଅଧିକ ଦିନ ବୁଲିବାକୁ ଗଲେ ନିକଟସ୍ଥ ଥାନାରେ ଜଣାନ୍ତୁ । ଭୁବନେଶ୍ବର ପୁଜା ମଣ୍ଡପ ବୁଲିବାକୁ ଆସିଲେ ବାଇକରେ ଆସନ୍ତୁ । ବାଇକ ଚୋରିକୁ ରୋକିବା ପାଇଁ ଗାଡିରେ ଡବଲ ଲକ୍ ପକାନ୍ତୁ ବୋଲି ସେ କହିଛନ୍ତି । ଶାରଦୀୟ ଦୁର୍ଗାପୂଜାରେ ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡିସିପି ପ୍ରତୀକ ଗୀତା ସିଂହ ।

Spread the love