ରାଜଧାନୀରେ ବିଜୁଳି ସଂଯୋଗ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି : ବିଜେପି

ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ୫ ଲକ୍ଷ ପକ୍କା ଘର ଯୋଗାଇ
ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ
କରିଛନ୍ତି । ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ରାଜ୍ୟରେ ପକ୍କା ଘର ନିର୍ମାଣକୁ ନେଇ ଅନେକ ବଡ ବଡ  ତଥ୍ୟ ଦେଇଥିଲେ । ରାଜ୍ୟରେ ବିଜୁ ଜନତା ଦଳ ସରକାର ସମୟରେ କେବେ ୧୦ ଲକ୍ଷ ପକ୍କା ଘର  ନିର୍ମାଣ ହୋଇଛି ବୋଲି କହିଥିଲେ ତ କେବେ କହିଥିଲେ ୧୫ ଲକ୍ଷ । ନିର୍ବାଚନ ପୂର୍ବରୁ ବଡ ବଡ ବିଜ୍ଞାପନ
ଦେଇ ରାଜ୍ୟ ସରକାର ଡିଣ୍ଡିମ ପିଟିଥିଲେ ରାଜ୍ୟରେ ବହୁତ ପକ୍କାଘର ନିର୍ମାଣ ହୋଇଛି । ହେଲେ ଏବେ  ଫନି ମହାବାତ୍ୟା ରାଜ୍ୟ ସରକାରଙ୍କର ସେହି ମହାମିଛ ଉପରୁ ପରଦା ହଟାଇଛି । ଅବିଭକ୍ତ ପୁରୀ ଜିଲ୍ଲାରେ ଫନି ପରର ଚିତ୍ରକୁ ଦେଖିଲା ପରେ ରାଜ୍ୟରେ ପକ୍କା ଘର ନିର୍ମାଣକୁ ରାଜ୍ୟ ସରକାର ଯେ
କେତେ ମିଛ କହୁଥିଲେ ଏହା ସ୍ପଷ୍ଟ ହୋଇସାରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ।
ଶ୍ରୀ ସିଂହଦେଓ କହିଛନ୍ତି ଯେ ବାତ୍ୟା, ବନ୍ୟା ପରେ ଆମେ ଯେଉଁ ଅଚଂଳ ବୁଲିଛୁ ଖାସ୍ କରି ପୁରୀ ଜିଲ୍ଲାରେ କୌଣସି ସ୍ଥାନରେ ବିଜୁ ପକ୍କା ଘର ଦେଖିବାକୁ ପାଇନଥିଲୁ ଏବଂ ତାହାର ଫଳକ ମଧ୍ୟ ଦେଖିନଥିଲୁ । ଯେଉଁ କଥା ଶାସକ ବିଜେଡି ତାହାର ଇସ୍ତାହାରରେ ଏବଂ ବିଜ୍ଞାପନରେ ପ୍ରଚାର ପ୍ରସାର
କରୁଥିଲେ ତାହା ପୁରାପୁରି ଭାବେ ମିଥ୍ୟା । ରାଜ୍ୟରେ ୨୦୧୪ ମସିହାରୁ ୨୦୧୯ ମସିହାରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଯେଉଁ ଅର୍ଥ ଦେଇଥିଲେ ସେଥିରେ ପକ୍କାଘର ନିର୍ମାଣ ପାଇଁ ଅର୍ଥ ଗରିବ ଲୋକମାନଙ୍କୁ ଦେଇଛନ୍ତି କି ନାହିଁ ତାହା ମଧ୍ୟ ଏବେ
ସନ୍ଦେହରେ । ରାଜ୍ୟରେ ପକ୍କାଘର ନିର୍ମାଣ ଯୋଜନାରେ ଏକ ବଡ ଦୁର୍ନୀତିର ଗନ୍ଧ ବାହାରୁଛି । ରାଜ୍ୟ ସରକାର ଜୁନ୍ ୧ ସୁଦ୍ଧା ପକ୍କାଘର କାହାକୁ କାହାକୁ ଦେବେ ତାହାର କାର୍ଯ୍ୟ ଆଦେଶ ତାଲିକାକୁ ସାଧାରଣରେ ପ୍ରକାଶ କରନ୍ତୁ । ନବୀନ ବାବୁ ଏବେ ସୁଦ୍ଧା ଗୋଟିଏ ଗାଁ କିମ୍ବା ବସ୍ତିକୁ ସୁଦ୍ଧା  ଯାଇନାହାନ୍ତି । କେଉଁଠି କୁ ନଯାଇ, ନଦେଖି ଖାଲି ଅଫିସର ମାନଙ୍କ ରିପୋର୍ଟ ଆଧାରରେ ମିଥ୍ୟା ପ୍ରଚାର କରି ଡିଣ୍ଡିମ ପିଟୁଛନ୍ତ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ରାଜ୍ୟ ସରକାର ଭୁବନେଶ୍ୱରରେ ବିଜୁଳି ବ୍ୟବସ୍ଥା ସମ୍ପୃର୍ଣ୍ଣରୁପେ ସଜାଡି ଦିଆଯାଇ ବିଦ୍ୟୁତ ସଂଯୋଗ ଦିଆଯାଇଛି ବୋଲି କହିଛନ୍ତି । ହେଲେ ଏହା ସମ୍ପୃର୍ଣ୍ଣ ମିଥ୍ୟା । ଆଜି ବି ରାଜଧାନୀରେ ୭୦% ଅଂଚଳରେ ବିଜୁଳି ପହଂଚି ନାହିଁ । କେବଳ ସରକାରୀ ଅଫିସର ମାନେ ରହୁଥିବା ଘର ଆଗରେ ଥିବା
ଗଛକୁ ହଟାଇ ବିଦ୍ୟୁତ ସଂଯୋଗ ଦିଆଯାଇଛି । କେବଳ ସରକାରୀ ଅଫିସର ଓ ମନ୍ତ୍ରୀମାନେ ରହୁଥିବା ଅଂଚଳରେ ବିଜୁଳି ପହଂଚିଛି । ଏପରିକି ଏନଡିଆରଏଫ୍ ଟିମ୍କୁ ପ୍ରଥମେ ସରକାରୀ ଅଫିସର ମାନେ ରହୁଥିବା ବାସଭବନ ଆଗରୁ ଗଛ ହଟାଇବା ଓ ବିଜୁଳି ବ୍ୟବସ୍ଥା ସଜଡାଯିବା ଆଦେଶ ଦିଆଯାଇଥିଲା ।
ଶକ୍ତି ସଚିବ ତାଙ୍କର ବକ୍ତବ୍ୟକୁ ବାରମ୍ବାର ବଦଳାଉଛନ୍ତି । ରାଜ୍ୟ ସରକାର ତୁରନ୍ତ ବୟାନ ବାଜି ଛାଡି ରାଜଧାନୀ ସହ ଅନ୍ୟାନ ଅଂଳରେରେ ବିଜୁଳି ସଂଯୋଗ ସଜାଡିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି କନକ କହିଛନ୍ତି ।
ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଏଠାରେ ସଂପୂର୍ଣ୍ଣ ଭାବେ ବିଦ୍ୟୁତ ସଂଯୋଗ ହେବାକୁ ପ୍ରାୟ ଦେଢ ମାସରୁ ଅଧିକ ସମୟ ଲାଗିବ । ପୁରୀ ବଡଦାଣ୍ଡ ଏବେ ଅନ୍ଧାରମୟ ହୋଇ ରହିଛି । ଯଦି ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପ୍ରସ୍ତୁତ ଥିଲେ ତେବେ ଯେଉଁ ଜିଲ୍ଲାମାନଙ୍କୁ ବାତ୍ୟା ‘ଫନି’ କ୍ଷତିଗ୍ରସ୍ତ
କରିନାହିଁ ସେହି ଅଚଂଳର ବିଦ୍ୟୁତ କର୍ମଚାରୀ, କଟାଂକ୍ଟରମାନଙ୍କୁ କାହିଁକି ଉପକୂଳ ଅଚଂଳକୁ ସ୍ଥାନାସ୍ତରିତ କରାଯାଇ ନଥିଲା ବୋଲି କନକ ବର୍ଦ୍ଧନ ପ୍ରଶ୍ନ କରିଛନ୍ତି ।


ରାଜ୍ୟ ସରକାର କହୁଛନ୍ତି ୧୨ ଲକ୍ଷ ଲୋକଙ୍କୁ କୁଆଡେ ବାତ୍ୟା ପୁର୍ବରୁ ସ୍ଥାନାସ୍ତରିତ କରାଯାଇଥିଲା । ଯଦି ଏହା ସତ୍ୟ ତାହେଲେ ୫୦ରୁ ଅଧିକ ଲୋକ ମୃତ୍ୟୁ ବରଣ କଲେ କେମିତି ? ବିଜେପିର ପ୍ରତିନିଧି ଦଳ ଯେଉଁ ସ୍ଥାନମାନଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଇଥିଲେ ସେଠାରେ ଲୋକମାନଙ୍କୁ ସରକାରୀ
ସ୍ଥରରେ କୌଣସି ସ୍ଥାନାନ୍ତରଣ କରାଯାଇନଥିବା କଥା ସାମନାକୁ ଆସିଛି । ଯେଉଁ ଜାଗାରେ ଲୋକ ସ୍ଥାନାସ୍ତରିତ ହୋଇଛନ୍ତି ସେମାନେ କେବଳ ନିଜ ଖର୍ଚ୍ଚରେ ହିଁ ହୋଇଛନ୍ତି । ସେହି ସବୁ ସ୍ଥାନମାନଙ୍କରେ ଖାଇବା ବ୍ୟବସ୍ଥା ୭ ପରେ ମଧ୍ୟ ପହଚିଂ ନଥିଲା । ଯଦି ପୂର୍ବରୁ ରାଜ୍ୟ ସରକାର ଏତେ ପ୍ରସ୍ତୁତ ଥିଲେ
ତେବେ କାହିଁକି ସେହି ପଚାଂୟତ ମାନଙ୍କରେ ଶୁଖିଲା ଖାଦ୍ୟ ମହଜୁଦ ରଖିଲେନି ନାହିଁ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ରାଜ୍ୟସରକାର ତାର୍ପୋଲିନ୍ ପଲିଥିନ ନଦେଇ ତାହା ବଦଳରେ ଘର ଭାଙ୍ଗିଥିବା ଗରିବ ଲୋକମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦେଉଛନ୍ତି । ହେଲେ ୫୦୦ ଟଙ୍କାରେ ବଜାରରେ ପଲିଥିନ ମିଳୁନାହିଁ । ଏପରିକି ଯେଉଁଠି ପଲିଥିନ ଦିଆଯାଉଛି ସେଠି ଅଧା ଅଧା କରି କାଟି କି ବଟାଂଯାଉଛି ବୋଲି କନକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମର ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଳକ ମହାପାତ୍ର ଏବଂ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love